ୟୁକ୍ରେନ ରାଜଧାନୀ କିବ ସମେତ ଅନ୍ୟାନ୍ୟ ସହରରେ ପୁଣି ହମଲା କରିଚି ଋଷ । କିବର ଅନେକ ସ୍ଥାନରେ ବିସ୍ଫାରଣ ଘଟିଛି । ଏହି ବିସ୍ଫୋରଣରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । କିବରେ ୟୁକ୍ରେନ ଏୟାର ଡିଫେନ୍ସ ସିଷ୍ଟମ ପକ୍ଷରୁ ୧୧ଟି ମିସାଇଲ ଓ ୨ଟି ଆଟାକ ଡ୍ରୋନକୁ ଖସାଇ ଦିଆଯାଇଛି ।ଏହି ହମଲା ଉମାନ ସହର ସମେତ ହମଲା ସହରରେ ଏକ ୯ମହଲା ବିଶିଷ୍ଟ କୋଠା ନଷ୍ଟ ହୋଇଯାଇଛି ।ଏହାରି ଭିତରେ ୩ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ଅଧିକ ଆକ୍ରମଣ ହେବା ଆଶଙ୍କାରେ ସହରରେ ବିମାନବିଧ୍ବଂସୀ ୟୁନିଟକୁ ସଜାଗ ରଖାଯାଇଛି । ନିପ୍ରୋ, କ୍ରେମେନଚୁକ, ମିକୋଲେଭ ଓ ପୋଲତଭା ସହରରେ ବି ବିସ୍ଫୋରଣ ଘଟିଛି । ନିପ୍ରୋରେ ଆକ୍ରମଣ ଯୋଗୁ ଜଣେ ଶିଶୁ ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଯୁଦ୍ଧ ଆରମ୍ଭରୁ ପ୍ରଥମ ଥର ଲାଗି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଆଲୋଚନା ପରେଲହି ହମଲା ଘଟିଛି ।
next post
