ମନୋରଞ୍ଜନ

ଅଚାନକ ଇମ୍ରାନଙ୍କୁ ଚୁମ୍ବନ ଦେଲେ ସଲ୍‌ମାନ ଖାନ୍‌

(ମୁମ୍ବାଇ) : ଇମ୍ରାନଙ୍କୁ ଚୁମ୍ବନ ଦେଲେ ସଲ୍‌ମାନ ଖାନ୍‌ । ‘ଟାଇଗର୍‌-୩’ ଏବେ ବକ୍ସ ଅଫିସ୍‌ରେ ନିଜର ଜଲୱା ଦେଖାଇ ଚାଲିଛି। ଦିୱାଲୀରେ ଏହି ସିନେମାଟି ଦେଶରେ ୨୦୦ କୋଟି ଓ ସାରା ବିଶ୍ବରେ ୩୦୦ କୋଟି କ୍ଲବ୍‌ରେ ପ୍ରବେଶ କରି ସାରିଲାଣି। ସଲମାନ ନିଜର କଥା ପୂରା କରି ସାରିବା ପରେ ଇମ୍ରାନ୍‌ଙ୍କୁ ଚୁମ୍ବନ ଦେଉଛନ୍ତି। ଇମ୍ରାନଙ୍କ ଓଠରେ ସଲ୍‌ମାନ ଚୁମୁଥିବା ଦେଖି ଉପସ୍ଥିତ ଦର୍ଶକ ବି ଖୁସିରେ ତାଳି ମାରି ହସିବାକୁ ଲାଗୁଛନ୍ତି। ଏହି ଫିଲ୍ମରେ ଇମ୍ରାନ ହାସ୍ମିଙ୍କୁ ଦେଖି ଦର୍ଶକ ଆହୁରି ଅଧିକ ଖୁସି ହୋଇଛନ୍ତି।

ସୂଚନାନୁଯାୟୀ , ‘ଟାଇଗର୍‌-୩’ ର ସଫଳତା ପାଇଁ ମୁମ୍ବାଇରେ ଏକ ପାର୍ଟିର ଆୟୋଜନ କରାଯାଇଥିଲା। ଯେଉଁ ପାର୍ଟି‌ରେ ବଲିଉଡ୍‌ର ଅନେକ ବଡ଼ ବଡ଼ ତାରକାଙ୍କୁ ଦେଖିବାକୁ ମିଳିଥିଲା। ଯେ‌ତେବେଳେ ସିନେମାରେ ଟାଇଗର୍‌ ଓ ଜୋୟାଙ୍କ ପରଦାର ଯାଦୁର ରହସ୍ୟ ପଚରାଗଲା ତ ଏକଦମ ଚମତ୍କାର ମନ୍ତବ୍ୟ ଦେଇଥିଲେ ଭାଇଜାନ୍‌। ସେ ତାହାର ଉତ୍ତରରେ କହୁଛନ୍ତି, ‘କ୍ୟାଟ୍ରିନା ଥିବେ ମାନେ ଟିକେ ରୋମାନ୍ସ ତ ହେବ’।

Related posts

ଫିଲ୍ମ ‘ଆନିମଲ୍‌’ ଠୁ ଅଧିକା ଚର୍ଚାରେ ରଣବୀରଙ୍କ ପରି ଫିଗର୍‌

mahabharatanews

୧୫ ବର୍ଷ ପରେ ଆସିବ ‘୩ ଇଡିଅଟ୍ସ ୨’

mahabharatanews

ଆସନ୍ତାକାଲି ରିଲିଜ୍‌ ହେବ ସୁପର୍‌ଷ୍ଟାର୍‌ ପ୍ରଭାସଙ୍କ ‘ସାଲାର’ 

mahabharatanews