ଅପରାଧଓଡିଶା

ପତ୍ନୀ ଗିରଫ ପରେ ମାହାଙ୍ଗା ଥାନା ଅଧିକାରୀଙ୍କ ସରକାରୀ ବାସଭବନ ସିଲ୍

ରାୟଗଡ଼ା: ୬ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି, ରାୟଗଡ ଅବକାରୀ ଅଧିକ୍ଷକ ନିନା ବେଉରା । ରାୟଗଡ଼ାରୁ ଭୁବନେଶ୍ୱର ଯିବା ସମୟରେ ଧରିଲା ଭିଜିଲାନ୍ସ । ରାୟଗଡ଼ା ଅବକାରୀ ଅଧିକ୍ଷକ ଟଙ୍କା ନେଇ ଗାଡ଼ିରେ ଆସୁଥିବା ଭିଜିଲାନ୍ସ କୌଣସି ସୂତ୍ରରୁ ଖବର ପାଇଥିଲା। ଖୋର୍ଦ୍ଧା ନିକଟରେ ଭିଜିଲାନ୍ସ ଟିମ୍‌ ତାଙ୍କ ଗାଡ଼ିକୁ ଅଟକାଇଥିଲା। ଗାଡ଼ି ଯାଞ୍ଚ କରିବାରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଥିଲା।

ଏତେ ଟଙ୍କା ଅବକାରୀ ଅଧିକ୍ଷକ କେଉଁଠି ଆଣିଲେ ବୋଲି ଭିଜିଲାନ୍ସ ଅଧିକାରୀ ତାଙ୍କୁ ପଚରାଉଚରା କରିଥିଲା। ହେଲେ ସେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ପରେ ତାଙ୍କୁ ଗିରଫ କରାଯାଇଥିଲା। ଏହାପରେ ତାଙ୍କ ଘର, ଅଫିସ ଓ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ଜାରି ରହିଥିବା ଜଣାପଡିଛି । ନିନାଙ୍କ ସ୍ବାମୀ ନିହାର ରଞ୍ଜନ ଦାସ ମାହାଙ୍ଗା ଥାନା ଅଧିକାରୀ ରହିଛନ୍ତି ଏବଂ ମାହାଙ୍ଗା ସ୍ଥିତ ତାଙ୍କ କ୍ବାର୍ଟରରେ ମଧ୍ୟ ରେଡ୍ ହୋଇଛି। ଆଇଆଇସି ରେଡ୍ ସୂଚନା ପାଇ ଘରେ ତାଲା ମାରି ପଳାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହାପରେ ଆଇଆଇସିଙ୍କୁ ଭୁବନେଶ୍ୱରସ୍ଥିତ ଭିଜିଲାନ୍ସ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଅନ୍ୟପକ୍ଷେ, ଭିଜିଲାନ୍ସ ଅଫିସରେ ହାଜର ହୋଇଛନ୍ତି ମାହାଙ୍ଗା ଆଇଆଇସି । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜିନ କାର୍ଯ୍ୟାଳୟରେ ହାଜର ହେଲେ ମାହାଙ୍ଗା ଆଇଆଇସି ନିହାର ରଞ୍ଜନ ମହାନ୍ତି । ତେବେ ଭିଜିଲାନ୍ସରେ ହାଜର ହେବା ପରେ, ମାହାଙ୍ଗା ଆଇଆଇସି ନିଜ ପ୍ରତିକ୍ରିୟାରେ କହିଛନ୍ତି, ମୁଁ କୁଆଡେ ଯାଇନଥିଲି । ମୋତେ କାଲି କେହି ଯୋଗାଯୋଗ କରି ନଥିଲେ। ଭିଜିଲାନ୍ସ ଚାହିଁଥିଲେ ମୋତେ ଯୋଗାଯୋଗ କରିପାରିଥାନ୍ତା। ଆଜି ସକାଳେ ଅତିରିକ୍ତ ଏସ୍‌ପି ମୋତେ ଯୋଗାଯୋଗ କରିଥିଲେ। ପତ୍ନୀଙ୍କ ସହ ମୋବାଇଲରେ ଯୋଗାଯୋଗ ନ ହେବାରୁ ଖୋଜୁଥିଲି। ପତ୍ନୀ ଭିଜିଲାନ୍ସ ଟ୍ରାପ୍ ହେବା କଥା ଜାଣି ନ ଥିଲି। ତେବେ ସଦ୍ୟ ସୂଚନା ମୁତାବକ ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ଙ୍କ ସରକାରୀ ବାସଭବନ କୁ ସିଲ୍ କରିଛି ଭିଜିଲାନ୍ସ ବିଭାଗ ।

Related posts

୬ ମାସ ପରେ ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ

mahabharatanews

ରାମପ୍ରସାଦ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

mahabharatanews

ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା ବୈଠକ

mahabharatanews