ଓଡିଶା

ରାମ ମନ୍ଦିର ଶିଳାନ୍ୟାସ ପରେ ଶେରଗଡରେ ବଜରଙ୍ଗ ଦଳ ତରଫରୁ ପୁଜାର୍ଚ୍ଚନା

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଦୀର୍ଘ ଦିନର ସଂଘର୍ଷ ପରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜା ପରେ ଶିଳାନ୍ୟାସ କରିଛନ୍ତି । ରାମ ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣର ମୂଳଦୁଆ ପଡିଥିବାରୁ ସାରା ଦେଶରେ ଭାବାତ୍ମକ ପରିବେଶ ସୃଷ୍ଟି ହୋଇଛି। ସେହିଭଳି ବଜରଙ୍ଗ ଦଳର ଗଞ୍ଜାମ ଶାଖା ପ୍ରମୁଖ କୃଷ୍ଣ ଚନ୍ଦ୍ର ଦାସଙ୍କ ପୌରାହିତ୍ୟରେ ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ହନୁମାନ ମନ୍ଦିରରେ ହନୁମାନ ଚାଳିଶା, ପୂଜାର୍ଚ୍ଚନା ସହ ଦୀପଦାନ କାର୍ୟ୍ୟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହିଞ୍ଜିଳିକାଟୁ ପ୍ରଖଣ୍ଡ ସଂଯୋଜକ କିଶୋର ବିଶୋଇ, ସହ-ସଂଯୋଜକ କାହ୍ନୁଚରଣ ବିଶ୍ବାଳ, ହରପ୍ରସାଦ ସ୍ବାଇଁ, ନୟନ ମଲ୍ଲିକ, ରାକେଶ ରଥ,ହିମାଳୟ ବାଡତ୍ୟା, ସାଗର ବାଡତ୍ୟା, ପୁର୍ଣ୍ଣ ମହାନ୍ତି ଆଦି ଯୋଗ ଦେଇଥିଲେ।

Related posts

ହେରିଟେଜ ୱାକ ଆଣ୍ତ ରାଇଡ ଶୁଭାରମ୍ଭ

mahabharatanews

ଶ୍ରୀମନ୍ଦିର ଅଭିମୁଖେ ବଳଭଦ୍ରଙ୍କ ତାଳଧ୍ୱଜ ରଥ

mahabharatanews

ଓମିକ୍ରନ ପରିଚାଳନା ପାଇଁ ଆମେ ପ୍ରସ୍ତୁତ: ସ୍ୱାସ୍ଥ୍ୟମନ୍ତ୍ରୀ

mahabharatanews