ମନୋରଞ୍ଜନ

“ଅଭିନେତା ପାଇଁ ଯାହା ଆବଶ୍ୟକ ଆର୍ଯ୍ୟନ୍‌ ପାଖରେ ନାହିଁ “: ଶାହରୁଖ

(ମୁମ୍ବାଇ): ନିକଟରେ ଶାହରୁଖ ଖାନ ଡେଭିଡ୍‌ ଲେଟରମ୍ୟାନ୍ ଶୋ’ରେ ଆସିଥିଲେ,  ପୁଅ ଆର୍ଯ୍ୟନଙ୍କ କ୍ୟାରିୟର ଅଭିଳାଷ ବିଷୟରେ କିଛି ଶେୟାର କରିଥିଲେ । ଯାହା ଏବେ ଚର୍ଚାର ବିଷୟ ପାଲଟିଛି ।

ଶାହରୁଖ କହିବାନୁଯାୟୀ, ଯେ ତାଙ୍କ ପୁଅ ଆର୍ଯ୍ୟନ୍, ଯିଏ ସେତେବେଳେ ଆମେରିକାରେ ଫିଲ୍ମ ପ୍ରଡକ୍ସନ ପାଠ ପଢୁଥିଲେ । ସେ ଅଭିନେତା ହେବାକୁ ଚାହୁଁ ନଥିଲେ। କହିଥିଲେ ଯେ ତାଙ୍କ ପୁଅ ଜଣେ ‘ଭଲ ଲେଖକ’ ଏବଂଅଭିନେତା ହେବା ପାଇଁ ଯାହା ଆବଶ୍ୟକ ତାହା ତାଙ୍କ ପାଖରେ ନାହିଁ। ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଅଭିନୟ ପ୍ରତି କୌଣସି ଆଗ୍ରହ ନଥିଲା।

ସୂଚନାନୁଯାୟୀ,ଲେଖିବା ପାଇଁ ଆର୍ଯ୍ୟନ୍ ତାଙ୍କ ପ୍ରେମରୁ ହିଁ ପ୍ରେରଣା ପାଇଥିଲେ। ସେ ନିଜେ କହିଥିଲେ ଯେ ସେ ତାଙ୍କର ପ୍ରଥମ ପ୍ରୋଜେକ୍ଟର ଲେଖା ଶେଷ କରିଛନ୍ତି। ସେ ଏକ ଆଗାମୀ ଶୋ’ର ନିର୍ଦ୍ଦେଶକ ଏବଂ କାର୍ଯ୍ୟନିର୍ବାହୀ ନିର୍ମାତା। ଏହି ସିରିଜ୍ର ନା’ ହେଉଛି ‘ଷ୍ଟାରଡମ୍’ ଏବଂ ଏହାର ସୁଟିଂ ବର୍ତ୍ତମାନ ଆରମ୍ଭ ହୋଇଛି।

 

Related posts

କ୍ୟାଟ୍ରିନାଙ୍କ ସହ ଫିଲ୍ମ ‘ଟାଇଗର ୪’ ଘୋଷଣା

mahabharatanews

ଆସନ୍ତାକାଲି ରିଲିଜ ହେବ ବରୁଣ ଓ ଜାହ୍ନବୀଙ୍କ ଫିଲ୍ମ ‘ବୱାଲ’

mahabharatanews

ଅନନ୍ତ ଅମ୍ବାନୀଙ୍କ ପ୍ରି-ୱେଡିଂ; ଜାମନଗରରେ ସେଲିବ୍ରିଟିଙ୍କ ଭିଡ଼

mahabharatanews