(ପୁରୀ) : ଆଜି ପବିତ୍ର ମହାଶିବରାତ୍ରୀ । ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଏହି ଅବସରରେ ବାଲୁକା କଳାରେ ଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବିଚରେ ବାଲିରେ ତିଆରି କରିଛନ୍ତି ମହାଦେବଙ୍କ ଏକ ବିରାଟ ପ୍ରତିମା । ଏହା ସହ ୫୦୦ ଶିବଲିଙ୍ଗ ମଧ୍ୟ ତିଆରି କରିଛନ୍ତି । ଏଥିରେ ସେ ‘ଶାନ୍ତି ପାଇଁ ପ୍ରାଥନା, ଓମ୍ ନମଃ ଶିବାୟ’ ବାର୍ତ୍ତା ଲେଖିଛନ୍ତି ।
ସୂଚନାନୁଯାୟୀ, ଶାନ୍ତି ପାଇଁ ପ୍ରାର୍ଥନା ଓଁ ନମଃ ଶିବାୟର ବାର୍ତ୍ତା ଦେବା ସହ ଜାଗରର ଶୁଭେଚ୍ଛା ଜଣାଇ ମହାଦେବଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପ୍ରାୟ ୧୦ ଫୁଟ ଉଚ୍ଚତା ଓ ୨୦ଫୁଟ ଚଉଡାର ଏହି ବାଲୁକା କଳା ବେଶ ଆକର୍ଷଣୀୟ ହୋଇଥିବା ବେଳେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏହାକୁ ଦେଖି ଉପଭୋଗ କରିଥିବା ପରିଲକ୍ଷିତ ହୋଇଛି । ବାଲୁକା ଶିଳ୍ପୀଙ୍କ ଏହି ବାଲିକା କଳା ବେଶ୍ ମନଲୋଭା ହୋଇଛି । ଏହି ବାଲୁକା କଳା ନିର୍ମାଣ ପାଇଁ ୪ଟନ୍ ର ବାଲି ବ୍ୟବହୃତ ହୋଇଛି ।
