ଓଡିଶା

ଇଂରାଜୀ ନବବର୍ଷ ରାତିରେ ଖୋଲିବନି ଶ୍ରୀମନ୍ଦିର ! ଗଜପତି ମହାରାଜାଙ୍କୁ ଲେଖିଲେ ଚିଠି

ଇଂରାଜୀ ନବବର୍ଷ ରାତିରେ ଖୋଲିବନି ଶ୍ରୀମନ୍ଦିର ! ଜାନୁଆରି ୧ ଆମ ପାଇଁ ପରମ୍ପରାଗତ ନବବର୍ଷ ନୁହେଁ । ତେଣୁ ମହାପ୍ରଭୁଙ୍କୁ ରାତି ଅନିଦ୍ରା ନକିରବା ଲାଗି ଚିଠି ଲେଖାଯାଇଛି । ଯାହାକୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ । ଏନେଇ ଶ୍ରୀମନ୍ଦିର ପରିଚାଳନା ସମିତିର ସଦସ୍ୟ ପଣ୍ଡିତ ମହେଶ ସାହୁ ଗଜପତି ମହାରାଜା, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଓ ଆଇନ ମନ୍ତ୍ରୀଙ୍କୁ ପତ୍ର ଜରିଆରେ ଅନୁରୋଧ କରିଛନ୍ତି ।

Shree Jagannatha Temple Administration, Puri | Home

ସେ ଚିଠି ଲେଖି ଜଣାଇଛନ୍ତି ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ସନାତନୀ ହିନ୍ଦୁମାନଙ୍କର ଆସ୍ଥା ତଥା ଆରାଧ୍ୟ ଦେବତା । ମହାପ୍ରଭୁଙ୍କର ସକଳ ପରମ୍ପରା ସନାତନ ଧର୍ମଶାସ୍ତ୍ର ଅନୁଯାୟୀ ହୋଇଆସୁଛି । ହେଲେ ଗତ କିଛି ବର୍ଷ ହେବ ଜାନୁଆରି ୧ ପାଇଁ ମଧ୍ୟରାତ୍ରିରେ ମଧ୍ୟ ମନ୍ଦିର ଖୋଲା ରହୁଛି । ଯାହାକି ଏବେ ନିୟମିତ ହୋଇଗଲାଣି । ତେବେ ଏହା ଧାର୍ମିକ ଏବଂ ପରମ୍ପରା ଦୃଷ୍ଟିକୋଣରୁ ଆଦୌ ଠିକ୍ ନୁହେଁ ବୋଲି କହିବା ସହିତ ଏହାକୁ ବନ୍ଦ କରିବାକୁ ସେ ଅନୁରୋଧ କରିଛନ୍ତି ।

Security Breach at Puri Srimandir: Four Youths Scale Temple Wall, Probe Underway - Pragativadi I Latest Odisha News in English I Breaking News

ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ନୂଆବର୍ଷ ବେଳେ ଭକ୍ତଙ୍କ ଭିଡ଼ ଜମୁଥିବାରୁ ରାତିରେ ମନ୍ଦିର ଖୋଲାରହିଥାଏ। ତେବେ ଏହାକୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ। ଇଂରାଜୀ ନବବର୍ଷରେ ଶ୍ରୀମନ୍ଦିର ନ ଖୋଲାଯାଉ ବୋଲି ଚିଠି ଲେଖାଯାଇଛି।

Related posts

ଭିନ୍ନକ୍ଷମ ଚଣ୍ଡୁ ଓ ଜମିହରା ସୈାଭାଗ୍ୟକୁ ମିଳିଲା ପ୍ରତିଶୃତି, ‘ଆମରଣ ଅନଶନ’ ସ୍ଥଗିତ

mahabharatanews

ହିଜିଂଳିକାଟୁ ବ୍ଲକ ଗସ୍ତରେ କୃଷି ନିର୍ଦ୍ଦେଶକ ପ୍ରେମ ଚାନ୍ଦ ଚୌଧୁରୀ

mahabharatanews

ମୁଣ୍ଡୁଳିରେ ଆଜି କମିପାରେ ଜଳସ୍ତର 

mahabharatanews