ଅପରାଧ

ମା କୋଳରୁ ଛଡାଇ ନେଲା ଶିଶୁ; ଅଭିଯୋଗ ପରେ ଗିରଫ

ବାରିପଦା: ମୟୁରଭଞ୍ଜ ସାରସକଣା ବଜାର ଅଞ୍ଚଳରୁ ଆସିଛି ଏକ ସଙ୍ଗୀନ ଅଭିଯୋଗ । ପିଲା ଚୋରି କରିବା ସହ ବିକ୍ରି କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗତକାଲି ଝାରପୋଖରିଆ ଥାନା ଦାନାଦର ଗ୍ରାମର ପ୍ରଦୀପ ଦିଗାରଙ୍କ ପତ୍ନୀ ମାଳତୀ ଦିଗାରଙ୍କ କୋଳରୁ ମାସକର ଶିଶୁକୁ ଛଡାଇ ନେଇଥିଲା ସାରସକଣାର ତପନ ଦଣ୍ଡପାଟ । ପିଲାଟିକୁ ନେଇ ସାରସକଣାର ପ୍ରହଲ୍ଲାଦ ପ୍ରତିହାରୀ ତଥା ପତ୍ନୀ ଲିଜା ପ୍ରତିହାରୀଙ୍କୁ ବିକ୍ରି କରି ଦେଇଥିବା ମାଳତୀ ଅଭିଯୋଗ କରିଛନ୍ତି । ତେବେ ଝାରପୋଖରିଆ ଥାନାରେ କେଶ ନମ୍ବର ୧୮୩/୨୦୨୧ ରେ ଏକ ମାମଲା ରୁଜୁ କରି ୩ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ ।

Related posts

ଧମକାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

mahabharatanews

ଲୋକଙ୍କ ଅତର୍କିତ ଆକ୍ରମଣର ଶିକାର ପୁଲିସ: ୪ ଗୁରୁତର

mahabharatanews

୨୦ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଡାକ୍ତର

mahabharatanews