ଓଡିଶା

ଶ୍ରୀରଞ୍ଜିତ୍ କରଙ୍କୁ ଧ୍ଵଜାବନ୍ଧ ରସିଦ୍ ଜାଲିଆତିରେ ନିଲମ୍ବନ କରାଯାଇଛି

 ତା୧.୪.୨୦୨୬ ରିଖରେ ଛତାର ସେବକ ଶ୍ରୀ ରଞ୍ଜିତ୍ କରଙ୍କୁ ଧ୍ଵଜାବନ୍ଧ ରସିଦ୍ ଜାଲିଆତିରେ ନିଲମ୍ବନ କରାଯାଇଛି। ଶ୍ରୀକର ହାଇଦ୍ରାବାଦର ଶ୍ରୀ ଭିଜେନ୍ଦ୍ର କେଡିଆ ଙ୍କୁ ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟକୁ ସାଙ୍ଗରେ ଆଣି ଜାଲ ରସିଦ୍ ଦେଖାଇ ୧୪ ହାତି ଧ୍ଵଜା ବନ୍ଧାଯିବା ସମ୍ପର୍କରେ ଅନୁସନ୍ଧାନ ବେଳ ଶ୍ରୀକେଡିଆ ଙ୍କ ନାମ ଧ୍ବଜାବନ୍ଧ ବାବଦକୁ ଫିସ୍ ଦାଖଲ ହୋଇନଥିବା ଜଣାପଡ଼ିବା ଏବଂ ଶ୍ରୀକର ଜାଲ ରସିଦ୍ ଦେଇଥିବା ଶ୍ରୀମନ୍ଦିର ସୁପରଭାଇଜରଙ୍କ ନିକଟରେ ସ୍ଵୀକାର କରିଥିବାରୁ ଏସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଶ୍ରୀ କରଙ୍କୁ କୈଫିୟତ୍ ତଲବ କରାଯାଇଥିଲା। କୈଫିୟତ୍ ସନ୍ତୋଷ ଜନକ ନହେବାରୁ ଶ୍ରୀକରଙ୍କୁ  ନିଲମ୍ବନ କରାଯାଇଛି।ଏହି ନିଲମ୍ବନ ଆଦେଶ ଆଜିଠାରୁ  ଛଅ ମାସ ବଳବତ୍ତର ରହିବ ବୋଲି ଆଦେଶରେ ଉଲ୍ଲେଖ ରହିଛି।ଏହି ଅବଧି ମଧ୍ୟରେ ଶ୍ରୀକର କୌଣସି ସେବକଙ୍କୁ ପ୍ରଲୋଭିତ କିମ୍ବା ଧମକ ଚମକ ଦେବା ପରିଦୃଷ୍ଟ ହେଲେ ତାଙ୍କର ନିଲମ୍ବନ ଅବଧିକୁ ବୃଦ୍ଧି କରାଯାଇ କଠୋରତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଦେଶ ହୋଇଛି, ଶ୍ରୀମନ୍ଦିରରେ ଏପରି କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟ ପ୍ରଶାସକ।

Related posts

OAS ସ୍ତରରେ ଅଦଳବଦଳ

mahabharatanews

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସପକ୍ଷରେ ଯୁକ୍ତି ବାଢିଲେ ସାଂସଦ ଦିଲ୍ଲୀପ ରାୟ ।

mahabharatanews

ଆଜାଦିକା ଅମୃତ ମହୋତ୍ସବ ଅବସରରେ ଆଲୋଚନା ଚକ୍ର ଅନୁଷ୍ଠିତ

mahabharatanews