ଓଡିଶା

ନିଜ ସୁରକ୍ଷା ପ୍ରତି ବିଶେଷ ଯତ୍ନବାନ ହୋଇ ଉତ୍ସବରେ ସାମିଲ ହୁଅନ୍ତୁ

ଭୁବନେଶ୍ୱର(ଚିନ୍ମୟୀ ସ୍ୱାଇଁ):-ଆଲୋକର ପର୍ବ ଦୀପାବଳି ଓ ପବିତ୍ର କାଳୀପୂଜା ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ସୁରକ୍ଷା ପ୍ରତି ବିଶେଷ ଯତ୍ନବାନ ହୋଇ ଉତ୍ସବରେ ସାମିଲ ହୁଅନ୍ତୁ। ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି କହିଛନ୍ତି ମୁଖ୍ୟମନ୍ତ୍ରୀ |କୋଣ ଅନୁକୋଣରେ ଧାଡ଼ି କରି ଅତି ସୁନ୍ଦର ଭାବେ ଦୀପ ସଜାଯାଇଛି । ଦୀପର ଆଲୋକରେ ନବୀନ ନିବାସର ସୌନ୍ଦର୍ଯ୍ୟ ବଢ଼ିଯାଇଛି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଛା ଜଣାଇବା ସହ ସମସ୍ତଙ୍କର ଉନ୍ନତି କାମନା କରିଛନ୍ତି  । ପବିତ୍ର ଦୀପାବଳିରେ ସମସ୍ତଙ୍କ ଜୀବନରୁ ଅନ୍ଧକାର ହଟାଇ ଆଲୋକର ଉଦ୍ଦୀପନା ଖେଳିଯିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।ଓଡିଆ ରିତିନିତୀ ଏବଂ ହିନ୍ଦୁ ଧର୍ମର ମହତ୍ୱ ଅନୁଯାୟୀ ଦୀପ ଜାଳି ନବୀନ ନିବାସକୁ ଆଲୋକିତ କରାଯାଇଛି  । ଆଉ ଆଲୋକର ଶିକ୍ଷା ଭିତରେ ମୁଖ୍ୟମନ୍ତ୍ରୀ ବୁଲି ବୁଲି ଏହାକୁ ଅନୁଭବ କରୁଥିବା ଭିଡିଓରେ ପ୍ରତୀୟମାନ  ।

Related posts

ବ୍ୟଞ୍ଜନ ଦ୍ୱାଦଶୀ ବେଶ ଗୌଡୀୟ ମଠରେ ଅନୁଷ୍ଠିତ

mahabharatanews

ଭୁବନେଶ୍ୱର ମାଛ ମାର୍କେଟରେ ହଣାକଟା ହେଲେ ବ୍ୟବସାୟୀ

mahabharatanews

ରାଜଧାନୀରେ ୨୫୬୬ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ 

mahabharatanews