ଋିପୋର୍ଟର୍ସ ଟୁଡେ: ପେଷାରେ ଜଣେ ଶିକ୍ଷକ । ହେଲେ କାମ ସବୁ କୌଣସି ଅଶିକ୍ଷିତରୁ କମ ନୁହଁନ୍ତି । ବାପା ମା ସିନା ପୁଅକୁ ଶିକ୍ଷାଦେଇ ଶିକ୍ଷକ ବନେଇ ଦେଲେ । କିନ୍ତୁ ପୁଅର କାର୍ଯ୍ୟକଳାପ ତାର ମୁର୍ଖତାର ପରିଚୟ ଦେଉଛି । ପେଶାରେ ଶିକ୍ଷକ ଥିବା ପୁଅକୁ ପାଠ ପଢାଇ ବଡ ମଣିଷ କରିଛି ଏହି ମା । ହେଲେ ଆଜି ସେ ଅଲୋଡା ପାଲଟି ଯାଇଛି । ପୁଅର କୁଆଁ କୁଆଁ କାନ୍ଦରେ ଦିନେ ମାଆର ଛାତି ଫାଟି ପଡ଼ୁଥିଲା ହେଲେ ଆଜି ମାଆ କଷ୍ଟରେ ଚିତ୍କାର କଲେ ବି ପୁଅକୁ ଫରକ ପଡ଼ୁନି। ବୃଦ୍ଧା ମାଆର ତଣ୍ଟି ଚିପି ମାଡ ମାରିଚାଲିଛି। ମାଡ଼ ମାରୁଥିବା ଭିଡିଓଟି ହେଉଛି ଅନୁଗୁଳ ଜିଲ୍ଲା କିଶୋରନଗର ଥାନା କଟାପାଲି ଗାଁର ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ହୃଷୀକେଶ ପ୍ରଧାନ ନିଜ ମା’ଙ୍କୁ ତଣ୍ଟି ଚିପି ଦେବା ସହ ଟେକି କଚାଡୁ ଥିବାର ଭିଡିଓ ଭାଇରାଲ ହୋଇଛି। ବୃଦ୍ଧା ମା’ ଯନ୍ତ୍ରଣାରେ ଚିତ୍କାର କରୁଥିଲେ। ମାଡ଼ ସେ କାହିଁକି ମାରୁଛନ୍ତି, ଜଣା ପଡ଼ି ନଥିଲେ ମଧ୍ୟ ସେ ଏଭଳି ଅନେକ ଦିନ ମାଡ଼ ମାରନ୍ତି ବୋଲି ଜଣା ପଡ଼ିଛି। ଏଭଳି ସମ୍ବେଦନଶୀଳ ଭିଡିଓ ଭାଇରାଲ ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।କିଶୋରନଗର ଥାନା ପୋଲିସ ଅବସରପ୍ରାପ୍ତ ଶିକ୍ଷକ ହୃଷୀକେଶ ପ୍ରଧାନଙ୍କୁ ଗିରଫ କରିଛି।
previous post
next post