ଓଡିଶା

୨୬ରୁ ଖୋଲିବ ଦଶମ, ଦ୍ୱାଦଶ

(ରିପୋଟର୍ସ ଟୁଡେ) ; ରାଜ୍ୟରେ କରୋନାର ପ୍ରକୋପ ଦିନକୁ ଦିନ କମିବାରେ ଲାଗିଛି । ଏହାକୁ ନଜରରେ ରଖି କରୋନା କଟକଣା ମଧ୍ୟ କୋହଳ ହୋଇଛି । ଦସ୍ୱବ ଦିନ ପୂର୍ବେ ଅନଲକ ର ତୃତିୟ ପର୍ଯ୍ୟାୟରେ ସ୍କୁଲ କଲେଜ ବନ୍ଦ ରହିବାକୁ ନିଷ୍ପତି ନିଆ ଯାଇଥିବାବେଳେ ଆଜି କିନ୍ତୁ ୨୬ ରେ ଦଶମ ଓ ଦ୍ୱାଦଶ ଶ୍ରେଣିର ପିଲା ମାନଙ୍କ ପାଇଁ ସ୍କୁଲ କଲେଜ ଖୋଲା ରହିବା ନେଇ ନିଷ୍ପତି ନିଆ ଯାଇଥିବା ବେଳେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଖୋଲିପାରେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।ଏହାର ସୂଚନା ଦେଇ ଶନିବାର ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଦଶମ, ଦ୍ଵାଦଶ ପରେ ନବମ ପାଇଁ ଆମେ ଧ୍ୟାନ ଦେଉଛୁ। ଯଦି ପରିସ୍ଥିତି ଠିକ୍ ରହେ ତେବେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଖୋଲିବ। ସେହି ପରି ସେପ୍ଟେମ୍ବର ୧୫ରୁ ଏକାଦଶ ଶ୍ରେଣୀ ପାଠପଢା ଆରମ୍ଭ କରିବାକୁ ଯୋଜନା ରଖାଯାଇଛି।ସୂଚନାଯୋଗ୍ୟ, ଜୁଲାଇ ୨୬ରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ପାଠପଢା ଆରମ୍ଭ ହେବ। ଯେଉଁ ସ୍କୁଲରେ ମାଟ୍ରିକ ପରୀକ୍ଷା ସେଣ୍ଟର ହେଉଛି, ସେଠାରେ ପରୀକ୍ଷା ପରେ ଖୋଲିବ। ସ୍କୁଲ ସକାଳ ୧୦ଟାରୁ ଦିନ ୧ଟା ୩୦ ଯାଏ ଖୋଲିବ।ସ୍କୁଲକୁ ଆସିବା ପିଲାମାନଙ୍କ ଇଚ୍ଛାଧୀନ ରହିବ। ଅଭିଭାବକମାନଙ୍କ ସହ ଆଲୋଚନା କରି ପିଲାମାନେ ସ୍କୁଲ ଆସି ପାରିବେ। ଏଥିସହ ଦଶମ ଓ ଦ୍ଵାଦଶ ସହ ଅନ୍ୟ ଶ୍ରେଣୀ ଅନଲାଇନ ଶିକ୍ଷା ପୂର୍ବ ପରି ଚାଲୁ ରହିବ। ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ। ଜିଲ୍ଲାପାଳ ନିଜ ଅଞ୍ଚଳରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବା ନେଇ ଅନୁମତି ଦେବେ।

Related posts

ଘୁମୁସରରେ ବାଘ ଗଣନା ଆରମ୍ଭ 

mahabharatanews

ନବମ ଦିନରେ ପ୍ରଭୁ ଶ୍ରୀଅଲାରନାଥଙ୍କ ଦର୍ଶନ

mahabharatanews

କୋଭିଡ୍ ଲକ୍ଷଣ ଥିଲେ, ପିକନିକ ଯାଆନ୍ତୁ ନାହିଁ 

mahabharatanews