ଓଡିଶାପର୍ବ ପର୍ବାଣି

ଆଜି ପବିତ୍ର ବୈଶାଖ ଶୁକ୍ଳ ଅଷ୍ଟମୀରେ ଠାକୁରଙ୍କ ଅଭିଷେକ ଉତ୍ସବ ଅନୁଷ୍ଠିତ

ପୁରୀ/ଜୟନ୍ତ କୁମାର ସେଠି: ଆଜି ବୈଶାଖ ଶୁକ୍ଳ ଅଷ୍ଟମୀ ତିଥି । ଆଜିର ଦିନରେ ଶ୍ରୀମନ୍ଦିରରେ ପାଳିତ ହୋଇଥାଏ ନିଳାଦ୍ରୀ ମହୋଦୟାଷ୍ଟାମି । ଏହି ତିଥିରେ ଚତୁର୍ଦ୍ଦା ମୂର୍ତ୍ତି ଯଜ୍ଞମଣ୍ଡପରୁ ଆସି ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥିଲେ । ଆଜିର ଦିବସରେ ଠାକୁରଙ୍କ ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥାଏ। ୧୦୮ ଜଳ କୁମ୍ଭରେ ଦାରୁଦିଁଅଙ୍କ ଜଳାଭିଷେକ ହୋଇଥାଏ। ଶ୍ରୀ ମନ୍ଦିରର ପରମ୍ପରା ଅନୁଯାୟୀ ଏହା ତ୍ରୟୋଦଶ ଯାତ୍ରା ତଥା ନିଳାଦ୍ରୀ ମହୋତ୍ସବ। ଏଣୁ ଶ୍ରୀ ମନ୍ଦିରରେ ଜଳ ଅଧିବାସ ନୀତି ସମ୍ପନ୍ନ ହୋଇଛି। ଗତକାଲି ରାତିରୁ ୧୦୮ ଜଳ କୁମ୍ଭ ଅଧିବାସ ହୋଇଚି। ଆଜି ଅଷ୍ଟମୀରେ ସକାଳ ଧୂପ ଓ ଆଲାଟ ଲାଗି ପରେ ଗମ୍ଭୀରାରେ ପାଣି ପଡ଼ିଥାଏ। ପରେ ଅଧିବାସ ଜଳକୁ ସେବକ ମାନେ ଘଣ୍ଟ ଛତା ଓ କାହାଳୀର ପଟୁଆରରେ ନେଇ ରତ୍ନ ସିଂହାସନରେ ବିଜେ କରିବେ। ଏହା ପରେ ଜଳ ପୁଜା ଓ ଜଳ ଲାଗି ବିଧି ସମ୍ପନ୍ନ ହେବ। ଆଜି ତିଥିକୁ ଶ୍ରୀ ମନ୍ଦିରର ପ୍ରତିଷ୍ଠା ଦିବସ ଭାବରେ ପାଳନ କରାଯାଏ। ସ୍କନ୍ଦ ପୁରାଣ ଅନୁଯାୟୀ ବୈଶାଖ ମାସ ପୁଷ୍ୟାଯୋଗଯୁକ୍ତ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ରେ ପ୍ରଭୂ ବ୍ରହ୍ମା ଶ୍ରୀ ମନ୍ଦିର ପ୍ରତିଷ୍ଠା କରିଥଲେ। ଏଣୁ ଆଜିର ତିଥିରେ ଶ୍ରୀ ମନ୍ଦିରରେ ଅନେକ ବିଧି ଅନୁଷ୍ଠିତ ହୋଇଥାଏ। ବିଶ୍ୱାସ ରହିଛି ଆଜି ତିଥି ରେ ଦାନ, ତପସ୍ୟା ଓ ହୋମାଦି କାର୍ୟ୍ୟ କଲେ ଅଶେଷ ଫଳ ମିଳେ। ବାମ ଦେବ ସଂହିତାରେ ଏହି ବିଷୟ ଉଲ୍ଲେଖ ରହିଛି।

Related posts

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁୁ

mahabharatanews

ପଦ୍ମପୁର ଉପନିର୍ବାଚନ : ପ୍ରାର୍ଥୀ ଘୋଷଣା କଲେ ଦୁଇ ଦଳ; ବାକି ରହିଗଲା ବିଜେଡି

mahabharatanews

ବରୀରେ ଅଭାବନୀୟ ଘଟଣା ଆମ୍ବୁଲାନ୍ସ ବଦଳେ ଟଲିରେ ବୁହାହେଲେ ପ୍ରସୂତି

mahabharatanews