(ଜଗନ୍ନାଥ ମହାନ୍ତି / କଟକ) ; କଟକ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଜି ଦେଉଳ ସାହି ସ୍ଥିତ ମୋନାଲିସା ମଣ୍ଡପରେ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଜୁ ଛାତ୍ର ଜନତା ଦଳର ଏହି କର୍ମୀ ସମ୍ମିଳନୀ ଆସନ୍ତା ୧୦ ତାରଖ ପର୍ୟ୍ୟନ୍ତ ପ୍ରତ୍ୟେକ ଜିଲ୍ଲାରେ ଅନୁଷ୍ଠିତ ହେବ। ତୃଣମୂଳ ସ୍ଥରରେ କର୍ମୀ ମାନଙ୍କୁ କିଭଳି ଭାବରେ ସକ୍ରିୟ କରାଯିବ ସେ ନେଇ ପ୍ରଶିକ୍ଷଣ ଦିଆଯାଉଛି। ଏହାର ଉଦ୍ଦେଶ୍ୟ ରହିଛି ବ୍ଲକ ସ୍ଥରରେ ଥିବା କର୍ମକର୍ତ୍ତା ମାନଙ୍କୁ ବିଜୁବାବୁଙ୍କ (ଦ ଟଲ ମ୍ୟାନ) ପୁସ୍ତକ ବିତରଣ କରାଯିବା ସହ ତାଙ୍କର ନୀତି ଆଦର୍ଶ ସମ୍ପର୍କରେ ଅବଗତ କରାଯିବ। ଏହି ଅବସରରେ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିବା ସହ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ ,ରାଜ୍ୟ ଉପ ସଭାପତି ବିଶ୍ୱ ପ୍ରତାପ ସାହୁ ଏବଂ ରାଜ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଜିଲ୍ଲା ଓ ବ୍ଲକ ସ୍ଥରରେ କର୍ମକର୍ତ୍ତା ଙ୍କୁ ଉତ୍ସାହିତ କରିଥିଲେ। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ କର୍ମୀମାନଙ୍କୁ ଅଧିକ କ୍ରିୟାଶୀଳ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ।
