ଓଡିଶା

ସାମ୍ଭାବ୍ୟ ବାତ୍ୟା; ମତ୍ସଜୀବୀଙ୍କୁ ସମୁଦ୍ର ମନା 

(ଭୁବନେଶ୍ୱର) : ବଢ଼ିଲା ବାତ୍ୟା ଆଶଙ୍କା। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । କରିବ । ମେ ୨୪ ତାରିଖ ବେଳକୁ ପବନର ବେଗ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି । ଏସବୁକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଏଥିରେ କୁହାଯାଇଛି କି, ଏହି ସମୟରେ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଏହାସହ ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରିବାକୁ ଯାଉଛନ୍ତି ସେମାନେ ଯଥାଶୀଘ୍ର ସ୍ଥଳଭାଗକୁ ଫେରିଆସିବାକୁ ପରାମର୍ଶ ଦେଇଛନ୍ତି ।

ସୂଚନାନୁଯାୟୀ ,ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ମେ ୨୨ ତାରିଖ ସୁଦ୍ଧା ଏହା ପଶ୍ଚିମବଙ୍ଗଗ ଦିଗକୁ ଗତି କରି କେନ୍ଦ୍ରୀଭୂତ ହେବାର ସମ୍ଭାବନା ରହିଛି । ମେ ୨୪ ତାରିଖରେ ଏହା ବଙ୍ଗୋପ ସାଗରର କେନ୍ଦ୍ରୀୟ ଇଲାକାରେ ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ମେ ୨୩ ତାରିଖ ସକାଳୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଖପାଖ ଅଞ୍ଚଳକୁ ବିସ୍ତାର

Related posts

ପ୍ରବଳ ବର୍ଷା  ସମ୍ଭାବନା;୧୭ ଜିଲ୍ଲାକୁ ଓ୍ଵାର୍ଣ୍ଣିଂ ଜାରି 

mahabharatanews

ଜିଲ୍ଲାରେ ଆଜିଠାରୁ ସେରୋଲୋଜିକାଲ ଆରମ୍ଭ

mahabharatanews

ଆଜି ଶପଥ ନେବେ ନୂଆ ରାଜ୍ୟପାଳ ରଘୁବର ଦାସ 

mahabharatanews