ଗଞ୍ଜାମ: ବଢୁଛି ଲୁଟ ଆଉ ଚୋରି ଭଳି ଅନେକ ଅପରାଧ । ପ୍ରତିଦିନ ବିଭିନ୍ନ ସ୍ଥାନରୁ ଟଙ୍କା ରୂପା ସୁନା ଗହଣା ଆଦି ଚୋରି ହେଉଥିବାର ଅଭିଯୋଗ ସାମନାକୁ ଆସିଛି । ସେହିଭଳି ଏକ ଘଟଣା ଆଜି ଗଞ୍ଜାମ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଛିନ୍ନମସ୍ତା ମନ୍ଦିରରେ ଦେଖିବାକୁ ମିଳିଛି । ଚୋରମାନଙ୍କର ନଜର ଏବେ ପଡିଛି ଦେବାଦେବୀଙ୍କ ମନ୍ଦିର ଉପରେ । ବୁଧବାର ବିଳମ୍ବିତ ରାତିରେ ଏହି ମନ୍ଦିରର ମୁଖ୍ୟଦ୍ୱାର ଭାଙ୍ଗି ଦେବୀଙ୍କ ରୂପା ମୁକୁଟ, ଜିଭ, ଆଖିରୁ ଆରମ୍ଭ କରି ମନ୍ଦିରର ହୁଣ୍ଡି ଓ କମିଟି କାର୍ଯ୍ୟାଳୟରେ ଥିବା ଆଲମାରୀ ଭାଭ୍ଗ ଲକ୍ଷାଓିକ ଟଙ୍କା ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ଏନେଇ କବିସୂର୍ଯ୍ୟନଗର ଥାନାରେ ଏକ ମାମଲା ରୁଜୁ କରଛନ୍ତି ମନ୍ଦିର କମିଟି । ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମନ୍ଦିରଟି ଏକ ଶୂନଶାନ ସ୍ଥନରେ ଥିବାରୁ ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଏଠାରେ ଚୋରି କରିଥିଲେ ।

previous post
next post
