ଓଡିଶା

୨୫ରେ ଝଡତୋଫାନ ସମ୍ଭାବନା

(ଭୂବନେଶ୍ୱର):ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବର୍ଷା ଲାଗି ରହିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ପରିମାଣର ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ୨୫ ଓ ୨୬ ତାରିଖରେ ବଜ୍ରପାତ ସହ ଝଡତୋଫାନ ହେବାର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ୨୫ ତାରିଖରେ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ରାୟଗଡା, ଦେବଗଡ, ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲା ଏବଂ ୨୬ ତାରିଖରେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ଗଜପତି, ଗଞ୍ଜାମ, ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାରେ ବଜ୍ରପାତ ସହ ଝଡ ତୋଫାନ ହେବ । ତେଣୁ ଏସବୁ ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ବାଲେଶ୍ୱରରେ ୍୧୭ ମି.ମି ବର୍ଷା ହୋଇଥିବା ବେଳେ ନୟାଗଡରେ ୧୩, ଚାନ୍ଦବାଲିରେ ୯, ବାରିପଦାରେ ୭.୮ ମି.ମି ବର୍ଷା ହୋଇଥିବା ରେକର୍ଡ ହୋଇଛି ।

Related posts

କରୋନା ସଚେତନତା କରାଇଲେ ବଡଚନା ବିଧାୟକ

mahabharatanews

ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଟାସ୍କ ଫୋର୍ସ ଗଠନ

mahabharatanews

ବସିବ ମନ୍ତ୍ରୀପରିଷଦ ବୈଠକ, ଚିଠା ବଜେଟକୁ ମିଳିବ ଅନୁମୋଦନ

mahabharatanews