ଓଡିଶା

ଟମାଟୋ ଓ କୁକୁଡା ଦର ଆକାଶ ଛୁଆଁ ଧରିଲାଣି

ବ୍ୟୁରୋ: ଟମାଟୋ ଓ କୁକୁଡା ଦର ଆକାଶ ଛୁଆଁ ଧରିଲାଣି । ରୋଷେଇ ଘରେ ମିଳିବନି ଟମାଟୋ ଓ ଚିକେନ୍ । ମହଙ୍ଗା ମାଡରେ ସାଧାରଣ ଲୋକେ ହନ୍ତସନ୍ତ ହେଉଥିବାବେଳେ ରାଜଧାନୀରେ ଟମାଟୋ ଦର ୧୨୦ ଟଙ୍କା । ଖାଳି ରାଜଧାନୀରେ ନୁହେଁ ବରଂ କଟକରେ ଟମାଟୋ ଦର ୧୨୦ଟଙ୍କା । ବାତ୍ୟା ଯୋଗୁଁ ଯୋଗାଣ ବନ୍ଦ ହୋିଥିବାରୁ ଦର ଏବେ ଆକାଶ ଛୁଆଁ ରହିଛି । ଗୋଟିଏ ସପ୍ତାହ ଧରି ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଟମାଟୋର ଦାମ ୧୨୦ରେ ପହଂଚିଛି । ରାଜ୍ୟରେ ଏବେ ଟମାଟୋ ଉତ୍ପାଦନ ହେଉନି ।

ବାହାର ରାଜ୍ୟ ଉପରେ ସଂପୂର୍ଣ୍ଣ ନିର୍ଭର କରୁଛନ୍ତି ବ୍ୟବସାୟୀ । ରାଜ୍ୟ ବାହାରୁ ଆସୁଥିବାରୁ ନିୟନ୍ତ୍ରଣ ବାହାରକୁ ଆସିଯାଇଛି ଦର । ଟମାଟୋ ଏବେ ନିତିଦିନିଆ ଆବଶ୍ୟକ ପରିବା ପରି ବ୍ୟବହାର କରିଥାନ୍ତି । ତେଣୁ ଏପରି ଦରବୃଦ୍ଧି ଯୋଗୁଁ ଖାଉଟିଙ୍କୁ ବାଧୁଛି । ଉଚ୍ଚା ଦାମ ଯୋଗୁଁ ଅଳ୍ପ ପରିମାଣର ଟମାଟୋ କିଣି କାମ ଚଳାଇ ନେଉଛନ୍ତି ଗ୍ରାହକ । ଏପରିକି ବଜାରକୁ ମଧ୍ୟ ଅଧିକ ପରିମାଣର ଟମାଟୋ ଆସୁନାହିଁ । ଅଳ୍ପ କିଛି ପରିବା ଦୋକାନୀ ଟମାଟୋ ରଖୁଥିବା ଦେଖିବାକୁ ମିଳିଛି । କେବଳ ଟମାଟୋ ନୁହେଁ, ପରିବା ବଜାରରେ ନିଆଁ ଲାଗିଲାଗିଛି । ସବୁ ପରିବା ଦର ବୃଦ୍ଧି ପାଇବାରେ ଲାଗିଛି ।ତାହା ସହ ଚିକେନ୍ ରେଟ୍।

ପୂର୍ବରୁ ଏହା ୨୦୦ ଟଙ୍କାରେ ମିଳୁଥିବାବେଳେ ବର୍ତ୍ତମାନ ଏହା ୨୬୦ରୁ ୨୮୦ଟଙ୍କାରେ ବିକ୍ରି ହେଉଛି। କିଛି ସ୍ଥାନରେ କିଲୋ ୩୦୦ଟଙ୍କା ଛୁଇଁଥିବା ଗ୍ରାହକମାନେ କହିଛନ୍ତି। ଚଳିତ ବର୍ଷ ଗରମ ପ୍ରବଳ ହେବା ଯୋଗୁ କୁକୁଡା ଉତ୍ପାଦନ ଉପରେ ପ୍ରଭାବ ପଡିଛି। ଫାର୍ମ ଗୁଡିକରେ କୁକୁଡା ଗରମ ସହିନପାରି ମରି ଯାଉଛନ୍ତି। ଫଳରେ ରେଟ୍ ବଢୁଛି। ଏହା ସହ କୁକୁଡା ଦାନା ଓ ଟ୍ରାନ୍ସପୋର୍ଟ ଦର ମଧ୍ୟ ବଢିଛି। ଯାହା ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ କରିଛି ।

 

Related posts

ଆସନ୍ତା କାଲି ଶ୍ରୀ ଜୀଉଙ୍କ ବାମନ ବେଶ

mahabharatanews

୨୨ ତାରିଖରେ ଓଡ଼ିଶାରେ ଅଧା ଛୁଟି

mahabharatanews

ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

mahabharatanews