ସରୋଜ ରାଉତ / ଭୁବନେଶ୍ୱର: ପୂର୍ବତଟ ରେଳବାଇର ଜଣେ ଟିଟିଆଇ କରୋନା ସଂକ୍ରମିତ ହୋଇଛନ୍ତି । ଏହା ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱର- ନୂଆଦିଲ୍ଲୀ ମଧ୍ୟରେ ଚାଲୁଥିବା ସ୍ପେଶାଲ ଟ୍ରେନରେ ସେ କାର୍ଯ୍ୟରତ ଥିଲେ । ଓଡିଶରେ ରେଳ କର୍ମଚାରୀ ସଂକ୍ରମିତ ହେବାର ଏହା ପ୍ରଥମ ଘଟଣା ।
ଚଳିତ ଥର ସେ ନୂଆଦିଲ୍ଲୀରୁ ଫେରିବା ପରେ ତାଙ୍କୁ ଜ୍ୱର ହୋଇଥିଲା । ଏଥିନେଇ ସେ ରେଳବାଇ ହସ୍ପିଟାଲକୁ ଯାଇଥିଲେ । କିନ୍ତୁ ତାଙ୍କଠାରେ କରୋନା ଲକ୍ଷଣ ଦେଖା ଦେବାରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିଲା । ସେଠାରେ ତାଙ୍କ ପରୀକ୍ଷା ପରେ ତାଙ୍କଠାରେ କରୋନା ଚିହ୍ନଟ ହୋଇଛି । ଏହାପରେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
previous post
