ଓଡିଶା

ଚାରୋଟି ବ୍ଲକରେ ବାର ଘଣ୍ଟିଆ ବନ୍ଦ ଡାକରା

ଉମରକୋଟ ରାଇଘର ଝରିଗାଁ ଚନ୍ଦାହାଣ୍ଡି ସହର ସମ୍ପୂର୍ଣ ଠପ ହୋଇପଡିଛି. ମେଡିକାଲ କଲେଜ. ଭୁ ବନ୍ଧ ଵସ୍ଥ, ଉପଖଣ୍ଡର ମାନ୍ୟତା. ଏସବୁ ଦାବିକୁ ନେଇ ଆଜି ମିଳିତ ସଂଗ୍ରାମୀ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଛି। ଉମରକୋଟ ସହ ଚାରିଟି ବ୍ଲକରେ ସାଧାରଣ ଜନଜୀବନ ଠପ୍ ପଡ଼ିଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଛି। ବନ୍ଦ ଯୋଗୁଁ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଓ ସରକାରୀ, ବେସରକାରୀ କାର୍ଯ୍ୟାଳୟଗୁଡ଼ିକ ବନ୍ଦ ରହିଥିବା ବେଳେ ଯାନବାହନ ଚଳାଚଳ ପ୍ରାୟ ଠପ୍ ହୋଇଯାଇଛି। ବନ୍ଦକୁ ସମର୍ଥନ କରି ସଂଗ୍ରାମୀ ମଞ୍ଚର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ।

ମିଳିତ ସଂଗ୍ରାମୀ ମଞ୍ଚର ନେତାମାନେ କହିଛନ୍ତି ଯେ, ଉମରକୋଟ ରାଇଘର ଝରିଗାଁ ଚନ୍ଦାହାଣ୍ଡି ଅଞ୍ଚଳ ଏକ ଆଦିବାସୀ ଅଧୁଷିତ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଆଜି ପର୍ଯ୍ୟନ୍ତ ଏକ ମେଡିକାଲ କଲେଜ ନଥିବା ଦୁଃଖଦ ବିଷୟ। ଚିକିତ୍ସା ସୁବିଧା ପାଇଁ ଲୋକମାନେ ଦୂର ଦୂରାନ୍ତକୁ ଯିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଉମରକୋଟରେ ତୁରନ୍ତ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବାକୁ ସେମାନେ ଦାବି କରିଛନ୍ତି। ବନ୍ଦ ସମୟରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ କରାଯାଇଥିଲା। ଅତ୍ୟାବଶ୍ୟକ ସେବାଗୁଡ଼ିକୁ ବନ୍ଦରୁ ମୁକ୍ତ ରଖାଯାଇଥିଲା।

Related posts

କ୍ଷେପଣାସ୍ତ୍ର ‘ସାଗରିକା’ର ସଫଳ ପରୀକ୍ଷଣ

mahabharatanews

ଭାରତମାତା ସେବା ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର

mahabharatanews

ଗଗନୟାନ ମିଶନରେ ଓଡ଼ିଶାର ଅବଦାନ 

mahabharatanews