ଓଡିଶା

ଜାରି ହେଲା ଅନଲକ-୬ ଗାଇଡଲାଇନ

ଭୁବନେଶ୍ୱର: ରାଜ୍ୟ ସରକାର ଅନଲକ୍- ୬ ଗାଇଡଲାଇନ୍ ଜାରିକଲେ। ଗାଇଡଲାଇନ ଅନୁଯାୟୀ, କଣ୍ଟେନମେର୍ଟ ଜୋନରେ ଲକଡାଉନ ଜାରି ରହିବ । ନଭେମ୍ବର ଶେଷ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ହେବ । ବଡ ଧରଣର ଧାର୍ମିକ ଅନୁଷ୍ଠାନ, ରାଜନୈତିକ ସଭା ସମିତିକୁ ବାରଣ କରାଯାଇଛି ଏହି ସମୟ ମଧ୍ୟରେ । ତେବେ ସ୍ଥାନୀୟ ପ୍ରଶାସନର ଅନୁମତି ନେଇ ମନ୍ଦିର ଖୋଲାଯାଇ ପାରିବ । ବିଭାହ ଭେ।ଜିରେ ୨୦୦ ପର୍ଯ୍ୟନ୍ତ ଲୋକ ଭାଗ ନେବା ବେଳେ ଅନ୍ତିମ ସଂସ୍କାରରେ ୫୦ ଜଣ ପର୍ଯ୍ୟନ୍ତ ଭାଗ ନେବେ ।
ସେହିପରି ରାଜ୍ୟରେ ନଭେମ୍ବର ୩୦ ପର୍ଯ୍ୟନ୍ତ ପ୍ରାଇମେରୀ ସ୍କୁଲ ବନ୍ଦ ରହୁଥିବା ବେଳେ ନଭେମ୍ବର ୧୬ରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲା ଯିବ । ସ୍କୁଲଗୁଡିକୁ ସରକାରଙ୍କ ଏସଓପି ମାନି ସ୍କୁଲ ଖୋଲିବାକୁ ହେବ । ସାମାଜିକ ଦୂରତା, ମାସ୍କ ପରିଧାନ ଓ ସାନିଟାଇଜେନସକୁ ବାଧ୍ୟତାମୂଳକ କରାଯାିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜ ଖୋଲିବା ଉପରେ କଟକଣା ଲଗାଇଥିଲେ ସରକାର । କରୋନା ସମୟରେ ଛାତ୍ରଛାତ୍ରୀମାନେ ଅନଲାଇନ୍‌ ଜରିଆରେ ପାଠ ପଢୁଥିଲେ । ତେବେ କରୋନା ସ୍ଥିତିରେ ସୁଧାର ଆସୁଥିବାରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

Related posts

କୁତ୍ରା ଥାନା ଉଦ୍ଘାଟିତ

mahabharatanews

ରାଜ୍ୟରେ ଆଉ ୨୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ରୋଗୀ ମୃତ୍ୟୁ ପାଇଁ ଡାକ୍ତରଖାନାରେ ଉତ୍ତେଜନା, ଭୁଲ ଚିକିତ୍ସା ଅଭିଯୋଗ

mahabharatanews