ଅପରାଧଓଡିଶା

ଭାଇରାଲ ହେଉଛି ଛାତ୍ରୀଙ୍କ ଭିଡିଓ

(କଟକ) : ଆଜିକାଲିର ଛାତ୍ର ଛାତ୍ରୀ ଇଣ୍ଟରନେଟ୍ ପ୍ରତି ବେଶ ଆକୃଷ୍ଟ ହୋଇଥାନ୍ତି । ଆଉ ସେହି ଇଣ୍ଟରନେଟ ଯେ କେତେକଙ୍କ ଜୀବନ ନଷ୍ଟ କଲାଣି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି କଟକ ସିଡିଏ ସେକ୍ଟର -୧୦ ଅଞ୍ଚଳରେ । ଅଜଣା ଯୁବକଙ୍କ ସହ ଅନଲାଇନ କଥା ହେବା ମହଙ୍ଗା ପଡିଲା ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କ ପାଇଁ । ସୂଚନା ଅନୁଯାୟୀ ସିଡିଏ ସେକ୍ଟର – ୧୦ ଅଞ୍ଚଳର ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କ ଅର୍ଦ୍ଧନଗ୍ନ ଭିଡିଓ ଏବେ ଭାରାଲ ହେବାରେ ଲାଗିଛି । ଛାତ୍ରୀଙ୍କ ସୋସିଆଲ ମିଡିଆରେ ଏକାଧିକ ଆକାଉଣ୍ଟ ରହିଛି । ଛାତ୍ରୀଙ୍କ ଇନଷ୍ଟ।ଗ୍ରାମ୍ ଆକାଉଣ୍ଟରେ ଛାତ୍ରୀଙ୍କ ଜଣେ ଯୁବକଙ୍କ ସହିତ ବନ୍ଧୁତା ହୋଇଥିଲା । ଛାତ୍ରୀ ଜଣକ ଚାଟିଂରେ ଉକ୍ତ ଯୁବକ ସହିତ କଥା ହେଉଥିଲେ । ପରେ ମୋବାଇଲ୍ ନମ୍ବର ଆଦାନପ୍ରଦାନ କରି ଫୋନ୍ରେ କଥା ହେବା ସହିତ ଏକାଧିକ ଥର ଭିଡିଓ କଲିଂରେ କଥା ହେବା ଆରମ୍ଭ କଲେ । ତେବେ କୌଣସି କାରଣରୁ ଛାତ୍ରୀ ଜଣକ ହଠାତ୍ ସେହି ଯୁବକଙ୍କ ସହିତ କଥା ହେବା ବନ୍ଦ କରିଦେଲେ । ଫଳରେ ଯୁବକ ଜଣକ ପ୍ରତିଶୋଧ ପରାୟଣ ହୋଇଉଠିଲେ । ଯୁବକ ଜଣକ ପୂର୍ବରୁ ଭିଡିିଓ କଲିଂ ବେଳର ଦୃଶ୍ୟକୁ ରେକର୍ଡ କରି ରଖିଥିଲେ । ଉକ୍ତ ଦୃଶ୍ୟକୁ ସେ ଏଡିଟ୍ କରି ତାହାକୁ ଅର୍ଦ୍ଧନଗ୍ନ ଭିଡିଓରେ ପରିଣତ କରିଦେଲେ । ଏହାପରେ ଉକ୍ତ ଏଡିଟ୍ ଭିଡିିଓକୁ ପ୍ରଥମେ ଛାତ୍ରୀଙ୍କ ପାଖକୁ ପଠାଇ ପରେ ଇନଷ୍ଟ।ଗ୍ରାମ୍ ପୋଷ୍ଟ କରିଦେଲେ ।ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଖାଲି ଇନଷ୍ଟ।ଗ୍ରାମ୍ ନୁହେଁ ପରେ ଏହା ଅନ୍ୟ ସୋସିଆଲ୍ ମିଡିଆରେ ମୋବାଇଲ୍ରୁ ମୋବାଇଲ୍ ଘୂରିବାକୁ ଲାଗିଲା । କିଛି ଦିନ ତଳେ ଛାତ୍ରୀ ଏ ସଂପର୍କରେ ଜାଣିବାକୁ ପାଇଲେ । ସେ ଏହି ବିଷୟ ନିଜର ପରିବାର ଲୋକଙ୍କୁ ଜଣାଇଲେ । ପରିବାର ଲୋକ ଏହା ଜାଣିବା ପରେ ତୁରନ୍ତ ଫେଜ୍-୨ ଥାନାରେ ଏତଲା ଦାୟର କରିଛନ୍ତି । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଉକ୍ତ ଯୁବକଙ୍କ ଆକାଉଣ୍ଟର ତଥ୍ୟ ଜାଣିବା ପାଇଁ ଇନଷ୍ଟ।ଗ୍ରାମ୍ ଚିଠି ଲେଖାଯାଇଛି ।ସେହିପରି ସିଡିଆର ଆଣି ତାକୁ ଯାଞ୍ଚ୍ କରିବାରୁ ଅଭିଯୁକ୍ତ ଯୁବକ ଜଣକ ରାଜ୍ୟ ବାହାରର ବୋଲି ଜଣାପଡ଼ିଛି । ତେଣୁ ଏହି ଘଟଣାରେ ଖୁବ୍ଶୀଘ୍ର ପୁଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ମିଳିଛି ।

Related posts

ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗର ବହୁ ପଦବୀ ଖାଲି ରହିଛି। ଗୃହର ବହୁ ସଦସ୍ୟ ଏନେଇ ଉଦବେଗ ପ୍ରକାଶ କରିଛନ୍ତି।

mahabharatanews

କାକଟପୁର ମା ମଙ୍ଗଳାଙ୍କ ପୀଠରେ ଅନୁଷ୍ଠିତ ହୋଇଛି ପ୍ରସିଦ୍ଧ ଝାମୁଯାତ୍ରା

mahabharatanews

ଦୂତି ପ୍ରେମିକାଙ୍କୁ ସଫଳତାର ଶ୍ରେୟ ଦେବା ପରେ ସରସ୍ୱତୀଙ୍କ ପ୍ରଶ୍ନ

mahabharatanews