ଅପରାଧଓଡିଶା

ଭାଇରାଲ ହେଉଛି ଛାତ୍ରୀଙ୍କ ଭିଡିଓ

(କଟକ) : ଆଜିକାଲିର ଛାତ୍ର ଛାତ୍ରୀ ଇଣ୍ଟରନେଟ୍ ପ୍ରତି ବେଶ ଆକୃଷ୍ଟ ହୋଇଥାନ୍ତି । ଆଉ ସେହି ଇଣ୍ଟରନେଟ ଯେ କେତେକଙ୍କ ଜୀବନ ନଷ୍ଟ କଲାଣି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି କଟକ ସିଡିଏ ସେକ୍ଟର -୧୦ ଅଞ୍ଚଳରେ । ଅଜଣା ଯୁବକଙ୍କ ସହ ଅନଲାଇନ କଥା ହେବା ମହଙ୍ଗା ପଡିଲା ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କ ପାଇଁ । ସୂଚନା ଅନୁଯାୟୀ ସିଡିଏ ସେକ୍ଟର – ୧୦ ଅଞ୍ଚଳର ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କ ଅର୍ଦ୍ଧନଗ୍ନ ଭିଡିଓ ଏବେ ଭାରାଲ ହେବାରେ ଲାଗିଛି । ଛାତ୍ରୀଙ୍କ ସୋସିଆଲ ମିଡିଆରେ ଏକାଧିକ ଆକାଉଣ୍ଟ ରହିଛି । ଛାତ୍ରୀଙ୍କ ଇନଷ୍ଟ।ଗ୍ରାମ୍ ଆକାଉଣ୍ଟରେ ଛାତ୍ରୀଙ୍କ ଜଣେ ଯୁବକଙ୍କ ସହିତ ବନ୍ଧୁତା ହୋଇଥିଲା । ଛାତ୍ରୀ ଜଣକ ଚାଟିଂରେ ଉକ୍ତ ଯୁବକ ସହିତ କଥା ହେଉଥିଲେ । ପରେ ମୋବାଇଲ୍ ନମ୍ବର ଆଦାନପ୍ରଦାନ କରି ଫୋନ୍ରେ କଥା ହେବା ସହିତ ଏକାଧିକ ଥର ଭିଡିଓ କଲିଂରେ କଥା ହେବା ଆରମ୍ଭ କଲେ । ତେବେ କୌଣସି କାରଣରୁ ଛାତ୍ରୀ ଜଣକ ହଠାତ୍ ସେହି ଯୁବକଙ୍କ ସହିତ କଥା ହେବା ବନ୍ଦ କରିଦେଲେ । ଫଳରେ ଯୁବକ ଜଣକ ପ୍ରତିଶୋଧ ପରାୟଣ ହୋଇଉଠିଲେ । ଯୁବକ ଜଣକ ପୂର୍ବରୁ ଭିଡିିଓ କଲିଂ ବେଳର ଦୃଶ୍ୟକୁ ରେକର୍ଡ କରି ରଖିଥିଲେ । ଉକ୍ତ ଦୃଶ୍ୟକୁ ସେ ଏଡିଟ୍ କରି ତାହାକୁ ଅର୍ଦ୍ଧନଗ୍ନ ଭିଡିଓରେ ପରିଣତ କରିଦେଲେ । ଏହାପରେ ଉକ୍ତ ଏଡିଟ୍ ଭିଡିିଓକୁ ପ୍ରଥମେ ଛାତ୍ରୀଙ୍କ ପାଖକୁ ପଠାଇ ପରେ ଇନଷ୍ଟ।ଗ୍ରାମ୍ ପୋଷ୍ଟ କରିଦେଲେ ।ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଖାଲି ଇନଷ୍ଟ।ଗ୍ରାମ୍ ନୁହେଁ ପରେ ଏହା ଅନ୍ୟ ସୋସିଆଲ୍ ମିଡିଆରେ ମୋବାଇଲ୍ରୁ ମୋବାଇଲ୍ ଘୂରିବାକୁ ଲାଗିଲା । କିଛି ଦିନ ତଳେ ଛାତ୍ରୀ ଏ ସଂପର୍କରେ ଜାଣିବାକୁ ପାଇଲେ । ସେ ଏହି ବିଷୟ ନିଜର ପରିବାର ଲୋକଙ୍କୁ ଜଣାଇଲେ । ପରିବାର ଲୋକ ଏହା ଜାଣିବା ପରେ ତୁରନ୍ତ ଫେଜ୍-୨ ଥାନାରେ ଏତଲା ଦାୟର କରିଛନ୍ତି । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଉକ୍ତ ଯୁବକଙ୍କ ଆକାଉଣ୍ଟର ତଥ୍ୟ ଜାଣିବା ପାଇଁ ଇନଷ୍ଟ।ଗ୍ରାମ୍ ଚିଠି ଲେଖାଯାଇଛି ।ସେହିପରି ସିଡିଆର ଆଣି ତାକୁ ଯାଞ୍ଚ୍ କରିବାରୁ ଅଭିଯୁକ୍ତ ଯୁବକ ଜଣକ ରାଜ୍ୟ ବାହାରର ବୋଲି ଜଣାପଡ଼ିଛି । ତେଣୁ ଏହି ଘଟଣାରେ ଖୁବ୍ଶୀଘ୍ର ପୁଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ମିଳିଛି ।

Related posts

ରାସ୍ତା ନିର୍ମାଣରେ ନିମ୍ନମାନର କାମକୁ ନେଇ ଅସନ୍ତୋଷ

mahabharatanews

୩୦-୩୦-୪୦ ଫର୍ମୁଲାରେ ବାହାରିବ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳାଫଳ

mahabharatanews

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସଡକ ସୁରକ୍ଷା ବୈଠକ

mahabharatanews