ଓଡିଶା

ପୁଣି ଫେରିଲା ତାତି

(ଭୁବନେଶ୍ୱର)  :ରାଜ୍ୟରେ ପୁଣି ଫେରିଛି ତାତି । ପାରଦ ଉପରମୁହାଁ ହେବା ସହ ବଢୁଛି ତାତି । ଏପରିକି କେତେକ ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି । ସେହିପରି ଟିଟିଲାଗଡ଼, ଭବାନୀପାଟଣା, ବୌଦ୍ଧ ଓ ବଲାଙ୍ଗୀରରେ 35 ଡିଗ୍ରୀ ଉପରେ ରହିଛି ପାରଦ । ଏହା ସହ ଆଗକୁ ଆହୁରି ତାତି ବଢ଼ିବ । ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି ।

ସୂଚନାନୁଯାୟୀ , ଟିଟିଲାଗଡ଼ ଓ ମାଲକାନଗିରିରେ ତାପମାତ୍ରା ୩୮ଡିଗ୍ରୀ ଛୁଇଁପାରେ । ଏହା ପରେ ୨୪ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ୩୬ ଓ ୩୭ଡିଗ୍ରୀ ଉପରେ ରହିପାରେ । ୨୫ରେ ମାଲକାନଗିରି ଓ ଟିଟିଲାଗଡ଼ରେ ତାପମାତ୍ରା ୩୯ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଗାମୀ ୩ ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୮-୧୦ଡିଗ୍ରୀ ବୃଦ୍ଧି ପାଇବ । ଏହାସହ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ମାର୍ଚ୍ଚ ଶେଷ ବେଳକୁ ତାପମାତ୍ରା ୪୦ଡିଗ୍ରୀ ଛୁଇଁପାରେ ।

Related posts

ଅଧିବେଶନର ପ୍ରଥମ ଦିନ: ଭିଡିଓ କନଫେରେନ୍ସଂରେ ମୁଖ୍ୟମନ୍ତ୍ରୀ

mahabharatanews

ଏବେ ବଜାରରେ ଉପଲବ୍ଧ ହେବ କରୋନା ଔଷଧ

mahabharatanews

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଅଞ୍ଜନାଙ୍କ ଚିଠି

mahabharatanews