ଭୁବନେଶ୍ବର : ପ୍ରକାଶ ପାଇଛି ଓଜେଏସ ରେଜେଲ୍ଟ । ଏହି ପରିକ୍ଷାରେ ପୁଅମାନଙ୍କ ଅପେକ୍ଷା ଅଧିକ ଝିଅମାନେ ସଫଳତା ହାସଲ କରିଛନ୍ତି । ପ୍ରଥମ ୩ଟି ସ୍ଥାନରେ ଝିଅମାନେ ହିଁ ରହିଛନ୍ତି । ଓଡ଼ିଶା ଲୋକ ସେବା ଆୟୋଗ ଓପିଏସ୍ସି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଓପିଏସ୍ସି ପକ୍ଷରୁ କୁହାଯାଇଛି ଯେ, ଓଜେଏଏସ୍ ପରୀକ୍ଷା-୨୦୨୧ରେ ୫୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏଥିରେ ୨୮ ଜଣ ଝିଅ ଅଛନ୍ତି । ଏଥିରେ ପ୍ରଥମେ ଆଦ୍ୟାଶା ମିଶ୍ର ଟପ୍ପର ହୋଇଛନ୍ତି । ପ୍ରଥମ ୩ଟି ସ୍ତାନରେ ମହିଳା ରହିଛନ୍ତି ।
ସେହିପରି ଦ୍ୱିତିୟ ସ୍ତାନରେ ଚେତନା ପଟ୍ଟନାୟକ ରହିଥିବା ବେଳେ ତୃତୀୟ ସ୍ଥାନରେ ଏ ଗୀତାଞ୍ଜଳି ନାଇଡୁ ରହିଛନ୍ତି । ଓଡିଶା ଲୋକସଭା ପକ୍ଷରୁ ଏହି ପରିକ୍ଷା ଆୟୋଜିତ ହୋଇଥିଲା । ଓଜେଏସ ପରିକ୍ଷାରେ କିସ ଛାତ୍ରଙ୍କ ସଫଳତା । ପ୍ରଥମ ଥର ଲାଗି କିସର ଛାତ୍ର ଓଡିଶା ବିଚାର ବିଭାଗୀୟ ସେବା ଓଜେଏସ ପରିକ୍ଷାରେ ସଫଳତା ହାସଲ କରିଛନ୍ତି । ଛାତ୍ର ଜଣକ ହେଲେ ସାଧବ କାର୍ଜୀ । ୪୫ ତମ ର୍ୟାଙ୍କରେ ରହି କିସକୁ ଗୌରବ ଆଣିଛନ୍ତି । ଗଜପତି ଜିଲ୍ଲା ସୌରା ଜନଜାତି ପରିବାରର ହୋଇଥିବା ବେଳେ ୨୦୧୪ରେ ସେ କିସରେ ନାମ ଲେଖାଇଥିଲେ ।