(ତାରାକାନ୍ତ ନାୟକ/ସାଲେପୁର): କଟକ ଜିଲ୍ଲା ସାଲେପୁର ବ୍ଲକ ଶିଶୁଆ ଶିଶୁଆ ଗାଁରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତକ ଏହି ଗାଁର ସୁଲଭ ସାହୁଙ୍କ ମଝିଆ ପୁଅ ମାନଓ ସାହୁ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଯୁବକ ଜଣକ ରୋଷେୟା ଭାବେ କାମ କରୁଥିଲେ । ଗୁରୁବାର ଦିନ ବିଳମ୍ବିତ ରାତିରେ ନିଶାଗ୍ରସ୍ତ ଅବସ୍ଥାରେ ଘରକୁ ଫେରିଥିଲେ । କିନ୍ତୁ ଘର ବାରଣ୍ଡା ପାହାଚ ଚଢିବା ବେଳକୁ ଭାରସାମ୍ୟ ହରାଇ ପଛକୁ ଓଲଟି ପଡିଥିଲେ । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ପ୍ରଚୁର ପରିମାଣର ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି ଭୋରରୁ ପରିବାର ଲୋକେ କବାଟ ଖୋଲି ବାହାରକୁ ଆସିବାରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ଶରୀର ଦେଖିବାକୁ ପାଇଥିଲେ । ଏନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
previous post