ଓଡିଶା

ଅଗ୍ନିକାଣ୍ଡରେ ୬ ପରିବାରର ୯ ବଖରା ପୋଡି ପାଉଁଶ

(ମହାଭାରତ, ଗୋପ): ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଘନିପୁର ପଞ୍ଚାୟତର ଯୋରକଣି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଗତ ଶନିବାର ରାତିରେ ଅଗ୍ନିକାଣ୍ଡ ଘଟି ୬ଟି ପରିବାରର ୯ ବଖରା ଘର ପୋଡି ଯାଇଛି । ଏହି ଗାଁର ଦିବାକର କାଣ୍ଡି, ଧଡୁ କାଣ୍ଡି, ଦୀନବନ୍ଧୁ କାଣ୍ଡି, କାମିନୀ କାଣ୍ଡି, ପ୍ରମିଳା କାଣ୍ଡି ଓ ସୁରେନ୍ଦ୍ର କାଣ୍ଡିଙ୍କର ଘର ପୋଡି ଯାଇଥିବା ଅଗ୍ନିଶମ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଅଗ୍ନିକାଣ୍ଡରେ ସମସ୍ତ ୬ଟି ପରିବାରର ବହୁ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି । ନିଆଁ ଲାଗିବା ଫଳରେ ଘରେ ରହିଥିବା ଧାନ,ଚାଉଳ, ବାସନ, ଲୁଗାପଟା ଓ ଅନ୍ୟାନ୍ୟ ସାମଗ୍ରୀ ସହିତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଖବର ପାଇ, ଡେଲାଙ୍ଗରୁ ୨ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡର କାରଣ ଏଯାଏ ଜଣାପଡିନାହିଁ । ସାଉରିଆ ରାଜସ୍ୱ ନିରୀକ୍ଷକ ନିହାରିକା ସାହୁ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ କ୍ଷୟକ୍ଷତିର ଆକଳନ କରିଛନ୍ତି ।

Related posts

ପ୍ରିଜାଇଡିଂ ଅଧିକାରୀ ନିଲମ୍ବିତ

mahabharatanews

ଆଜି ଶ୍ରାବଣର ପ୍ରଥମ ସୋମବାର, ଶୈବ ପୀଠରେ କାଉଡିଆଙ୍କ ଭିଡ

mahabharatanews

ଆସନ୍ତାକାଲି ଓଡିଶା ଆସିବେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

mahabharatanews