ଓଡିଶା

ପାରିବାରିକ ଅଶାନ୍ତି: ବିଷ ପିଇ ବାପ ପୁଅ ଗୁରୁତର

(ମହାଭାରତ, ଜଳେଶ୍ୱର): ବାଲେଶ୍ୱର ଜିଲ୍ଲା କମରଦା ଥାନା ବାରବାଟିଆ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ଏଠାରେ ଗୋଟିଏ ପରିବାରର ବାପ ପୁଅ ବିଷ ପିଇ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ଗତ ସୋମବାର ସନ୍ଧ୍ୟା ସମୟରେ ପରିବାରର ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ଲାଗିଥିଲା । ଫଳରେ ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥିଲା । ଏଥିରେ ମାନସିକ ଭାରସାମ୍ୟ ହରାଇ ସ୍ୱାମୀ ନବୀନ ସିଂ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏହା ଦେଖି ତାଙ୍କର ୧୦ ବର୍ଷର ପୁଅ ସମ୍ବିତ ତାଙ୍କୁ ଏଥିରୁ ନିବୃତ ରଖିବାକୁ ଚେଷ୍ଟା କରିବା ବେଳେ ଅସାବଧାନତା ପାଇଁ ବିଷ ତାଙ୍କ ପାଟିରେ ଢାଳି ହୋଇ ଯାଇଥିଲା । ପରିବାର ଲୋକେ ଏହା ଜାଣିପାରି ଉଭୟଙ୍କୁ ଜଳେଶ୍ୱର ସ୍ଥିତ ମେଡିକାଲକୁ ଆଣିଥିଲେ । ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ସୁଧୁରିଥିବା ଜଣାପଡିଛି ।

Related posts

କୋରାପୁଟରେ ହେବ ଓଡ଼ିଶାର ପ୍ରଥମ ଓ ଉଚ୍ଚତମ ଟନେଲ

mahabharatanews

ଶେରଗଡ ପୋଲିସର ପାଟ୍ରୋଲିଂ କଡାକଡି

mahabharatanews

ଅତ୍ୟାଧୁନିକ ସ୍ପୋର୍ଟସ କମ୍ପେ୍ଲକ୍ସ ଉଦଘାଟିତ 

mahabharatanews