ଓଡିଶା

ଅଦିନିଆ ରଥଯାତ୍ରାକୁ ଜଳେଶ୍ୱର ଜଗନ୍ନାଥ ସଂସ୍କୃତି ସମିତିର ବିରୋଧ

(ମହାଭାରତ, ଜଳେଶ୍ୱର): ମୁମ୍ବାଇରେ ଇସ୍କନ ଦ୍ୱାରା ଅନୁଷ୍ଠିତ ଅଦିନିଆ ରଥଯାତ୍ରାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଛି । ତେବେ ଏଥିରୁ ଜଳେଶ୍ୱର ମଧ୍ୟ ବାଦ୍ ପଡିନାହିଁ । ଜଳେଶ୍ୱରର ଜଗନ୍ନାଥ ସଂସ୍କୃତି ସମିତି ପକ୍ଷରୁ ଏହାକୁ ଦୃଢ ବିରୋଧ କରାଯାଇଛି । ବୁଧବାର ଜଳେଶ୍ୱର ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ଖୋଳ କୀର୍ତ୍ତନ କରି ସମିତି ସଭ୍ୟମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଏହି ଅଦିନିଆ ରଥଯାତ୍ରାକୁ ବିରୋଧ କରି ତହସିଲଦାରଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସମିତି ପକ୍ଷରୁ ଏକ ଦାବି ପତ୍ର ଦିଆଯାଇଥିଲା । ଏଥିରେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଦେଇ ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ସହ ଏଭଳି କରୁଥିବା ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନଗୁଡିକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ପତ୍ରରେ ଜଣାଯାଇଥିଲା ।

Related posts

ସୁକିନ୍ଦା ଠିକାଦାର ସଙ୍ଘ ପକ୍ଷରୁ ଦଶମ ବୈଠକ ଅନୁଷ୍ଠିତ

mahabharatanews

ମାନସ ଦାସ ଘରେ ପୁଲିସର ଛାନଭିନ

mahabharatanews

ଫାଟୁସେନେରି ପଞ୍ଚାୟତରେ ଚାଲିଛି ଭୋଟ୍ ଗ୍ରହଣ

mahabharatanews