ଅପରାଧଓଡିଶା

ଡାବୁଗାଁ ଥାନା ହାଜତ ମୃତ୍ୟୁ ଘଟଣାରେ ଏସ୍ପିଙ୍କ କଡା ଆକ୍ସନ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ପରିସରରେ ଜଣେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଘଟଣାରେ ତିନି ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଡାବୁଗାଁ ଥାନାର ସବ୍-ଇନ୍ସପେକ୍ଟର ବିକ୍ରମ ସାହୁ, ଜବାନ କର୍ଣ୍ଣ ପୁଜାରୀ ଓ ବୁଧିରାମ ମାଝୀ ନିଲମ୍ବିତ ହୋଇଥିବା ନେଇ ପୋଲିସ ସୂତ୍ରରୁ ସୂଚନା ମିଳିଛି । ଏହି ତିନିଜଣ କର୍ମଚାରୀଙ୍କ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଥାନା ଭିତରେ ଅଭିଯୁକ୍ତ ଯୁବକ ଆତ୍ମହତ୍ୟା କରିଛି । ସେଥିପାଇଁ ସେମାନଙ୍କୁ ନିଲମ୍ବିତ କରାଯାଇଛି । ସେମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକ କହିଛନ୍ତି।

ବୁଧବାର ସକାଳେ ଡାବୁଗାଁ ଥାନା ଅଞ୍ଚଳର ମେଦନା ପଞ୍ଚାୟତ ଅଂଚଳା ଗ୍ରାମର ବାସିନ୍ଦା ପୂର୍ଣ୍ଣ କଳାରଙ୍କୁ ଥାନା ହାଜତ ଭିତରେ ଝୁଲନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଜଣେ ନାବାଳିକା ଅପହରଣ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ସୋମବାର ଗିରଫ ହୋଇଥିଲେ ପୂର୍ଣ୍ଣ । ବୁଧବାର ତାଙ୍କୁ କୋର୍ଟ ଚାଲାଣ କରା ଯାଇଥାନ୍ତା, କିନ୍ତୁ କୋର୍ଟ ଚାଲାଣ ପୂର୍ବରୁ ଅଭିଯୁକ୍ତ ଜଣକ ଆତ୍ମହତ୍ୟା କରିଥିଲେ । ଚଦରକୁ କାଟି ସେଥିରେ ଥାନାରେ ଥିବା ପାଇଖାନା ଘର ଭାଣ୍ଟିଲେସନରେ ଝୁଲି ପଡିଥିବା ଦେଖିବାକୁ ମିଳିଥିଲା । ତାଙ୍କ ମୃତ୍ୟୁ ଖବର ପାଇ ମୃତକଙ୍କ ପରିବାର ଓ ଉତ୍ତ୍ୟକ୍ତ ଗ୍ରାମବାସୀ ଥାନା ସାମ୍ନାରେ ଗଣ୍ଡଗୋଳ ଓ ପଥରମାଡ କରିଥିଲେ । ଗ୍ରାମବାସୀ ଡାବୁଗାଁ-ଉମରକୋଟ ରାଜପଥରେ ଧାରଣାରେ ବସିଥିଲେ ଏବଂ ପ୍ରାୟ ଚାରି ଘଣ୍ଟା ପର୍ଯ୍ୟନ୍ତ ଏହି ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ କରିଥିଲେ । ଲୋକଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷ ଓ ଉତ୍ତେଜନାକୁ ଦୃଷ୍ଟିରେ ରଖି ଆରକ୍ଷୀ ଅଧୀକ୍ଷକ  ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ୨୪ ଘଣ୍ଟା ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ଆଦେଶ ଦେଇଥିଲେ।

Related posts

କରୁଆ ପଂଚାୟତରେ କୋରନା ଖାଦ୍ୟ ବଣ୍ଟନକୁ ନେଇ ତୁତୁ ମେମେ

mahabharatanews

ଶିବଲିଙ୍ଗ ନା ଫବୱାରା

mahabharatanews

ପରିବା ବ୍ୟବସାୟୀଙ୍କୁ ଲୁଟି ଫେରାର ହେବା ବେଳେ ପୁଲିସ ହାତରେ ଦୁଇ ଅପରାଧି

mahabharatanews