ଓଡିଶା

ଆଜି ବି ଭଙ୍ଗା କୁଡିଆ ତଳେ ବିତୁଛି ପ୍ରସନ୍ନଙ୍କ ଜୀବନ

ଗୋପ: ବାସ ଗୃହ ମଣିଷର ମୌଳିକ ଆବଶ୍ୟକତା । ଏହି ମୌଳିକ ଆବଶ୍ୟକତାକୁ ପୁରଣ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଆବାସ ଯୋଜନା ମାଧ୍ୟମରେ ଗରିବଙ୍କୁ ବାସଗୃହ ଯୋଗାଇ ଦେଉଛନ୍ତି । କିନ୍ତୁ କିଛି ଦୁର୍ନୀତିଖୋର ଅଧିକାରୀ, ପଞ୍ଚାୟତ ସଭ୍ୟଙ୍କ ପାଇଁ ଆବାସ ଯୋଜନା ଗରିବଙ୍କ ପାଇଁ ସାତସପନ । କିଛି ପ୍ରଭାବଶାଳୀ ସରକାରଙ୍କର ଏହି ଯୋଜନାକୁ ବାଟବଣା କରି ନିଜେ ଏହାକୁ ହାତେଇନେବା ସହ ପରିବାରର ଏକାଧିକ ବ୍ୟକ୍ତିଙ୍କ ନାମରେ ଘୋଟଲା କରିଛନ୍ତି । ଯୋଗ୍ୟ ହିତାଧିକାରୀ ଯୋଜନରୁ ବାଦ୍ ପଡି ସ୍କୁଲ୍ ବାରେଣ୍ଡା ବା ପଲିଥିନ ତଳେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି । ଏହି ଘଟଣାକୁ ତଦନ୍ତ କରାଗଲେ ଆବାସ ଯୋଜନା ଆବଣ୍ଟନରେ ବ୍ଲକ ପ୍ରଶାସନର ସ୍ଚ୍ଛତା ଜଣାପଡ଼ିବ ବୋଲି ହିତାଧିକାରମାନେ ଅଭିଯୋଗ ଆଣିଛନ୍ତି ।

ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ମହୁରା ପଞ୍ଚାୟତର ଡାଙ୍ଗୁରା ଗ୍ରାମର ପ୍ରସନ୍ନ କୁମାର ବରାଳଙ୍କ ·ଳ ଛପର ଘର ପ୍ରଳୟଙ୍କରୀ ଫନି ବାତ୍ୟାରେ ସମ୍ପୁର୍ଣ୍ଣ ଭାଙ୍ଗିଯିବା ପରେ ପଡୋଶୀଙ୍କ ଘରେ ଆଶ୍ରୟ ନେଇଥିଲେ । ଫନିକୁ ଏଥିମଧ୍ୟରେ ୮ ମାସ ବିତି ଗଲାଣି । କିନ୍ତୁ ପ୍ରସନ୍ନଙ୍କ ଦୁର୍ଦିନ ଶେଷ ହେବାର ନାମ ନେଉନାହିଁ । ବର୍ତ୍ତମାନ ପ୍ରସନ୍ନଙ୍କ ପରିବାର ପଲିଥିନୀର କୁଡ଼ିଆରେ କାଳାତିପାତ କରୁଛନ୍ତି । ସରକାରଙ୍କ ପକ୍ଷରୁ କୌଣସି ସାହାଯ୍ୟ ସହାୟତା ପାଇ ନଥିବ ଅଭିଯୋଗ କରୁଛନ୍ତି ପ୍ରସନ୍ନ । ଗରିବ ପ୍ରସନ୍ନଙ୍କ ଘର ସମ୍ପୁର୍ଣ୍ଣ ଭାଙ୍ଗିଯାଇଥିଲେ ମଧ୍ୟ ଆବାସ ଯୋଜନା ତାଙ୍କ ପାଇଁ ପାଲଟିଛି ସାତ ସପନ । କୁଡିଆ ଓ ପାଲ ତଳେ ବିତୁଛି ୬ଜଣଙ୍କ ଜୀବନ । ଭଙ୍ଗା ଦଦରା ଗୋଟିଏ କୁଡ଼ିଆରେ ରୋଷେଇ ବାସ, ଖିଆପିଆ ଶୁଆ ବସା ହେଉଛି । ଏବେବି ସହାୟତା ଅପେକ୍ଷାରେ ପ୍ରସନ୍ନଙ୍କ ପରିବାର । ଆଶାରଖିଛନ୍ତି ସରକାରଙ୍କ ଯୋଜନା ଉପରେ । ମେ ୩ ତାରିଖ ଭୟଙ୍କର ଝଡ଼ ତୋଫାନ ପୁରୀ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବିପୁଳ ପରିମାଣର କ୍ଷୟ କ୍ଷତି କରିଥିଲା । ଏହି ବାତ୍ୟାରେ ·ଷୀଙ୍କର ଫସଲ ନଷ୍ଟ ହୋଇଥିବା ବେଳେ ଆଉ କାହାର ବାସ ଗୃହ ଭାଙ୍ଗି ରୁଜି ମାଟି ତଳେ ମିଶି ଯାଇଥିଲା । ଏହାରି ଭିତରେ ବାତ୍ୟାକୁ ୮ମାସ ପୁରୀ ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପ୍ରସନ୍ନ ଙ୍କ ପରିବାରକୁ ଫନି ସହାୟତା ମିଳିପାରିଲା ନାହିଁ  ।

ଅନ୍ୟପଟେ ବ୍ଲକ ପ୍ରଶାସନ ତରଫରୁ ବାତ୍ୟା କ୍ଷତିଗ୍ରସ୍ତ ମାନକୁ ସାହାଯ୍ୟ ସହଯୋଗ ମିଳିଛି । ପ୍ରସନ୍ନଙ୍କ ପରିବାର ବାତ୍ୟାରେ କ୍ଷତି ଗ୍ରସ୍ତ ହୋଇଥିଲେ ସୁଦ୍ଧା ସେମାନେ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହୋଇ ନାନା ଦୁର୍ଦଶା ମଧ୍ୟରେ କାଳ କାଟୁଥିବା ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ପ୍ରସନ୍ନଙ୍କ ପରିବାର କହିବାକୁ ଗଲେ ୬ଟି ପରିବାର ମାଁ ବୁଡି, ବାପାଙ୍କ ବୟସ ୮୦ ବର୍ଷ । ଦିନ ମଜୁରୀଆ ପ୍ରସନ୍ନ ପରିବା ଲୋକଙ୍କ ପେଟକୁ ଦୁଇ ଓଳି ଦୁଇ ମୁଠା ଦେବା ବେଳକୁ ଆକ୍ରାନ୍ତ ହେଉଥିବା ବେଳେ ପୁଅ ଝିଅଙ୍କ ପାଠପଢୁଛନ୍ତି । ବାପା ରୋଗାକ୍ରାନ୍ତ ତାଙ୍କ ପାଇଁ ଔଷଧ ଦରକାର । ତା ଉପରେ ଦାଉ ସାଜିଲା ଫନି ବାତ୍ୟା । ସରକାରୀ ସହାୟତା ପାଇଁ ଯେତେ ଯାହା କଲେ ମଧ୍ୟ କିଛି ଫରକ ପଡୁନାହିଁ । ତାଙ୍କୁ ତୁରନ୍ତ ଘର ଖଣ୍ଡେ ଯୋଗାଇ ଦେବାକୁ ସେ ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି ।

Related posts

ସମୀର ଏବଂ ଅରୁନ୍ଧତୀଙ୍କୁ ନୂଆ ଦାୟିତ୍ୱ 

mahabharatanews

ଏମ୍ସରେ ଦଲଲାମାନଙ୍କୁ ସାବାଡ କରିଛି ପୋଲିସ

mahabharatanews

ବିନା ଟେଣ୍ଡରରେ କୋଟିକୋଟି ଟଙ୍କା ଚଳୁକରିବାକୁ ମସୁଧା

mahabharatanews

Leave a Comment