Uncategorized

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିଥାଏ ଅଳସୀ

(ମହାଭାରତ): ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ପ୍ରାୟତଃ ସମସ୍ତଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ଦେଖିବାକୁ ମିଳିଥାଏ । ଏପରି ସମସ୍ୟା ହେଲେ ଧମନୀରେ ରକ୍ତର ଚାପ ବଢିଯାଏ । ଯଦି ଆପଣ ଏହି ସମସ୍ୟାର ଚିକିତ୍ସା ନକରାନ୍ତି, ତେବେ ହାର୍ଟ ଆଟାକ, ଷ୍ଟ୍ରୋକ ଏବଂ କିଡନୀ ଫେଲ ହେବାର ଆଶଙ୍କର ରହିଥାଏ । ଯଦି ଆପଣଙ୍କ ରକ୍ତଚାପ ଲଗାତାର ଭାବେ ୧୨୦/୮୦ରୁ ଅଧିକ ରହିଥାଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଉଚ୍ଚ ରକ୍ତଚାପକୁ କମ୍ କରିବାକୁ ହେଲେ ଆପଣ ଅନେକ କଥାକୁ ଧ୍ୟାନ ଦେବାକୁ ହେବ ।

ଯଦି ଆପଣ ଜଙ୍କ ଫୁଡ୍, ମଦ୍ୟପାନ, ସ୍ମୋକିଂ କରୁଛନ୍ତି, ତେବେ ତୁରନ୍ତ ଏହି ଜିନିଷରୁ ଦୂରେଇ ରୁହନ୍ତୁ । କିନ୍ତୁ ଏହାକୁ ନିୟନ୍ତ୍ରଣ କରିବାକୁ ହେଲେ ଅଳସୀ ଅର୍ଥାତ ଖାଇବା ଆରମ୍ଭ କରନ୍ତ୍ୁ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଫାଇଦାଯୁକ୍ତ । ଏହା ଅନେକ ରୋଗ ପାଇଁ ରାମବାଣ ହୋଇଥାଏ ।

ଏହାକୁ ଖାଇବା ସମୟରେ ଚୋବାଇ ଖାଇବା ଉଚିତ୍ । ଅନେକ ଲୋକ ଏହାକୁ ଭିଜାଇ ଖାଇବାକୁ ପସନ୍ଦ କରିଥାଏ । ଆପଣ ଯଦି ଚାହିଁବେ ଏହାକୁ ଗୁଣ୍ଡ କରି ପାଉଡର କରି ଖାଇପାରିବେ । ଏହା ବ୍ଲଡପ୍ରେସରକୁ କଣ୍ଟ୍ରୋଲ କରି ହାର୍ଟକୁ ସୁସ୍ଥ ରଖିଥାଏ । ଛଅମାସ ପର୍ଯ୍ୟନ୍ତ ପ୍ରତିଦିନ ଅଳସୀ ଖାଇବା ଉଚିତ୍ । ଫଳରେ ହାର୍ଟଆଟାକ ହେବାର ୧୦ ପ୍ରତିଶତ ଆଶଙ୍କା କମ୍ ହୋଇଯାଇଥାଏ ।

ଅଳସୀ ପୋଟାସିୟମ, ଓମେଗା ୩,ଫାଇବର ଭରପୂର ମାତ୍ରାରେ ରହିଥାଏ । ପୋଟାସିୟମ ୟୁରିନରେ ଥିବା ଅତିରିକ୍ତ ସୋଡିୟମକୁ ବାହାର କରିବାରେ କିଡନୀର ସାହାଯ୍ୟ କରିଥାଏ । ୧୦୦ ଗ୍ରାମ ଅଳସୀରେ ୮୧୩ ମିଲିଗ୍ରାମ ପୋଟାସିୟମ ରହିଥାଏ । ରକ୍ତ ଧମନୀ କୋଷିକାକୁ ମଜବୁତ କରିଥାଏ ଫାଇବର । ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ । ଏଥିରେ ଥିବା ଆଲଫା ଲିନୋଲେନିକା ଏସିଡ ଏବଂ ଲିଗନାନ ଉଚ୍ଚ ରକ୍ତଚାପକୁ କଣ୍ଟ୍ରୋଲରେ ରଖିଥାଏ । ଯାହ।। ପାଚନ ତନ୍ତ୍ର ଏବଂ ଡାଇବେଟିଜ ଜନିତ ରୋଗ ଆଶଙ୍କା କମ୍ କରିଥାଏ ।

Related posts

ଆଜି ୨୪ ଘଣ୍ଟାରେ ୮୬, ୪୩୨ କରୋନା ଆକ୍ରାନ୍ତ ଚିହ୍ନଟ,୧୦୮୯ ମୃତ

mahabharatanews

ସେନା ଗୁଳିରେ ୪ ଆତଙ୍କୀ ନିହତ

mahabharatanews

ଦିଲ୍ଲୀ ହିଂସା ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ପୁଲିସ

mahabharatanews

Leave a Comment