ଅପରାଧ

କବାଟ ଭାଙ୍ଗି ୨ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍

(ମହାଭାରତ, ଆନନ୍ଦପୁର): କେଉଁଝର ଜିଲ୍ଲା ରାମଚନ୍ଦ୍ରପୂର ଥାନା ଅନ୍ତର୍ଗତ ନରଡା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଏଠାରେ ଜଣକ ଘରେ କେହି ନଥିବା ବେଳେଏ କିଛି ଦୂର୍ବୃତ୍ତ କବାଟ ଭାଙ୍ଗି ଘରେ ପସି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଶନିବାର ରାତିରେ ଗାଁର କଳାକାର ବେହେରା ନିଜ ପରିବାର ଧରି ଯାତ୍ରା ଦେଖିବା ପାଇଁ ବାହାରକୁ ଯାଇଥିଲେ । ଏହାର ସୁଯୋଗ ଉଠାଇ ଦୂର୍ବୃତ୍ତମାନେ ବିଳମ୍ବିତ ରାତିରେ ତାଙ୍କ ଘର ବାରିପଟ କବାଟ ଭାଙ୍ଗି ପସିଥିଲେ । ଏହାପରେ ଆଲମିରା ତାଡି ନଗଦ ୫ ହଜାର ଟଙ୍କା ସହ ବହୁ ସୁନା ଅଳଙ୍କାର ଲୁଟି ନେଇଥିଲେ । ଲୁଟ୍ ହୋଇଥିବା ସୁନା ଅଳଙ୍କାରର ଆନୂମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ପରିବାର ଯାତ୍ରା ଦେଖି ଲୋକେ ଘରକୁ ଫେରିବା ପରେ ଘର ଜିନିଷପତ୍ର ଏଣେ ତେଣେ ପଡିଥିବା ଓ ଆଲମିରାରୁ ଟଙ୍କା ଓ ସୁନା ଗାଏବ ଥିବା ଦେଖିବାକୁ ପାଇଥିଲେ । ଏହାପରେ ରାମଚନ୍ଦ୍ରପୁର ଥାନାରେ ଏତଲା ଦେଇଥିଲେ । ପୋଲିସ ଏହାକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି । ଲୁଟ୍ରେ ସାମିଲ ଦୁର୍ବୃତ୍ତମାନଙ୍କ ପତ୍ତା ମିଳିପାରି ନାହିଁ ।

Related posts

ଆତଙ୍କବାଦୀ ପଣ୍ଡିଂ ମାମଲା: ହାଫିସ ବିରୋଧରେ ଦୋଷ ସାବ୍ୟସ୍ତ ହେଲା ନାହିଁ

mahabharatanews

ପୋଲିସ ଆଖିରେ ଆଙ୍ଗୁଟି ଗେଞ୍ଜି ଲୁଟିଲେ ଲୁଟେରା

mahabharatanews

ଚାନ୍ଦବାଲି ପରେ ଦୟାଲ ଆଶ୍ରମରେ କ୍ରାଇମବ୍ରାଞ୍ଚର କ୍ରାଇମ ସିନ୍ ରିକ୍ରିଏସନ

mahabharatanews