ଓଡିଶା

କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ

(ମହାଭାରତ, ବଲାଙ୍ଗୀର): ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଆସୁଥିବା ଏକ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି । ଗତକାଲି ରାତି ୧୦ଟା ବେଳେ ଟ୍ରେନଟି ମୁରିବାହାଲ ଷ୍ଟେସନରେ ପହଞ୍ଚିବା ପରେ ବିଭିନ୍ନ ବଗିରୁ ଧୂଆଁ ବାହାରୁଥିବା ଜଣାପଡିଥିଲା । ଏହାପରେ ଟ୍ରେନଟି କଣ୍ଟାବାଞ୍ଜି ଷ୍ଟେସନରେ ପହଞ୍ଚିବା ପରେ ରେଳବାଇ କର୍ତ୍ତୃପକ୍ଷ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ତୁରନ୍ତ ଷ୍ଟେସନରେ ପହଞ୍ଚି ପ୍ରାୟ ୬ ଘଣ୍ଟା ପରିଶ୍ରମ କରିବା ପରେ ଭୋର ୪ଟାରେ ନିଆଁକୁ ଆୟତ୍ତ କରିଥିଲେ । ଟ୍ରେନର ପ୍ରାୟ ୨୧ଟି ବଗିରେ ନିଆଁ ଲାଗି ଯାଇଥିଲା । ନିଆଁ ଲିଭାଇବା ପରେ ଟ୍ରେନଟି ରାୟପୁର ଅଭିମୁଖେ ଯାତ୍ରା କରିଛି । ତେବେ କେଉଁ କାରଣରୁ ଟ୍ରେନରେ ନିଆଁ ଲାଗିଥିଲା ତାହା ଜଣାପଡି ନାହିଁ । କିନ୍ତୁ ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଅନୁମାନ କରାଯାଉଛି । ରେଳବାଇ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Related posts

କଟକରେ ଭସାଣ ବେଳେ ଯାନବହାନ ଚଳାଚଳ ଉପରେ ବାରଣ

mahabharatanews

ଦିନ ୨ଟା ପରେ ସ୍ଥଳଭାଗ ଛୁଇଁବ ବାତ୍ୟା

mahabharatanews

ଥମୁନି ମଣିପୁର ହିଂସା : ଜୁଲାଇ ୧୦ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ

mahabharatanews

Leave a Comment