ଓଡିଶା

କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ

(ମହାଭାରତ, ବଲାଙ୍ଗୀର): ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଆସୁଥିବା ଏକ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି । ଗତକାଲି ରାତି ୧୦ଟା ବେଳେ ଟ୍ରେନଟି ମୁରିବାହାଲ ଷ୍ଟେସନରେ ପହଞ୍ଚିବା ପରେ ବିଭିନ୍ନ ବଗିରୁ ଧୂଆଁ ବାହାରୁଥିବା ଜଣାପଡିଥିଲା । ଏହାପରେ ଟ୍ରେନଟି କଣ୍ଟାବାଞ୍ଜି ଷ୍ଟେସନରେ ପହଞ୍ଚିବା ପରେ ରେଳବାଇ କର୍ତ୍ତୃପକ୍ଷ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ତୁରନ୍ତ ଷ୍ଟେସନରେ ପହଞ୍ଚି ପ୍ରାୟ ୬ ଘଣ୍ଟା ପରିଶ୍ରମ କରିବା ପରେ ଭୋର ୪ଟାରେ ନିଆଁକୁ ଆୟତ୍ତ କରିଥିଲେ । ଟ୍ରେନର ପ୍ରାୟ ୨୧ଟି ବଗିରେ ନିଆଁ ଲାଗି ଯାଇଥିଲା । ନିଆଁ ଲିଭାଇବା ପରେ ଟ୍ରେନଟି ରାୟପୁର ଅଭିମୁଖେ ଯାତ୍ରା କରିଛି । ତେବେ କେଉଁ କାରଣରୁ ଟ୍ରେନରେ ନିଆଁ ଲାଗିଥିଲା ତାହା ଜଣାପଡି ନାହିଁ । କିନ୍ତୁ ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଅନୁମାନ କରାଯାଉଛି । ରେଳବାଇ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Related posts

ପ୍ରକାଶ ପାଇଲା ଡିସେମ୍ବର ମାସ ପାଇଁ ଓଡିଶା ଷ୍ଟାର ରେଟିଙ୍ଗ

mahabharatanews

ହିଞ୍ଜିଳିକାଟୁ ସ୍ଵଂୟ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ରେ ୭୭ ତମ ଏନ୍.ସି.ସି. ଦିବସ ପାଳିତ

mahabharatanews

୧୫ରୁ ସିବିଏସଇ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା

mahabharatanews