ଓଡିଶା

କାମୃଗୁରୁଙ୍କ ସ୍ମୃତୀ ଦିବସ ଅବସରରେ ଏକ ବୈଠକ ଅନୁଷ୍ଠିତ

ରାଇରଙ୍ଗପୁର /ସତ୍ୟାନାରୟଣ ପାଲ: ମୟୁରଭଞ୍ଜ ଜିଲ୍ଲା ତିରିଂ ବ୍ଲକ ଅନ୍ତର୍ଗତ ବଡଡାଳିମା ଗ୍ରାମପଞ୍ଚାୟତ “ଡଲାଯୋଡି ଗ୍ରାମରେ ପାରମ୍ପାରିକ ମାନସିକ ସ୍ବାସ୍ଥ୍ୟ ତଥା ପୂର୍ବ ପୁରୁଷ’ଙ୍କ ଯୁଗାନ୍ତକାରୀ ଚିନ୍ତାଧାରା ବିଷୟରେ ଶିକ୍ଷା ଦେଇଥିବା ଗୁରୁ ବାବା ଏବଂ ଗୁରୁ ମାତାଙ୍କ ଉଇହାର ହୋମର (ସ୍କୃତି ଦିବସ) ଅବସର ରେ ତିରିଂ ବ୍ଲକ ବଡ ଡାଳିମା ପଞ୍ଚାୟତ ଡଲାଯୋଡି ଗ୍ରାମ ସ୍ଥିତ ତୁର୍ସୀ କାମ୍ଳ” କ୍ଲବ ଗୃହରେ (ଏଟିସିଆଇଆର) ଏକାଡେମୀ ସାନ୍ତାଳୀ ଭାଷାବିଜ୍ଞାନୀ ପାଠକ, ଲେଖକ, କବି, ଓ ସାନ୍ତାଳୀ ଜର୍ଣାଲିଷ୍ଟ ମାନଙ୍କର ଏକ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ୟ୍ୟକାରିଣୀ ବୈଠକରେ ଆଗାମୀ ବୈଶାଖ ପୂର୍ଣିମା ଶୁଭ ଅବସର ରେ ଏହି ମାନସିକ ସ୍ବାସ୍ଥ୍ୟ ଶିକ୍ଷା ବିଷୟର ଜ୍ଞାନ ପ୍ରସାରଣ ପାଇଁ କାର୍ୟକ୍ରମର ଶୁଭ ଉଦ୍ଘାଟନ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯିବା ସହିତ ଆମେରିକାର ଟାଇମ୍ ମେଗାଜିନ୍ ରେ ୨୦୨୩ ରେ ବିଶ୍ବର ସୁନ୍ଦର ସ୍ଥାନ ଭାବେ ମୟୂରଭଂଜର ସ୍ଥାନ ଶୀର୍ଷ ରେ ଜାଗା ପାଇଥିବା ହେତୁ ସମସ୍ତ ସଦସ୍ୟ ସଦସ୍ୟା ଖୁସି ବ୍ୟକ୍ତ କରିଥିଲେ। ଏଣୁ ଆଗାମୀ ବୈଶାଖ ପୂର୍ଣିମାରେ ଏହାକୁ ନେଇ ଉତ୍ସବ ପାଳନ କରାଯିବାର ସ୍ଥିରିକୃତ ହୋଇଛି। ମାନସିକ ସ୍ବାସ୍ଥ୍ୟ ଶିକ୍ଷା ର ପ୍ରସାର ପଣ୍ଡିତ ରଘୁନାଥ ମୁର୍ମୁ’ଙ୍କ ସମୟରୁ ହିଁ ଆରମ୍ଭ ହୋଇଥିଲା, କିନ୍ତୁ ସେତେ ବେଳେ ଏହାକୁ ହେୟ ମନେକରି ଛାଡି ଦିଆଯାଇଥିଲା। ଯାହାଫଳ ରେ ଆଜି ପର୍ୟ୍ୟନ୍ତ ମାନସିକ ସ୍ବାସ୍ଥ୍ୟ ଶିକ୍ଷାର ପ୍ରସାର ପ୍ରଚାର ହୋଇ ପାରି ନାହିଁ। ବର୍ତମାନ ଏହା ପ୍ରଚାର ପ୍ରସାର ହୋଇପାରିଲେ ମାନସିକ ସ୍ବାସ୍ଥ ସହିତ ଭାରତୀୟ ସଂସ୍କୃତିର ମଧ୍ୟ ନବୀକରଣ ହୋଇ ପାରିବ, ତତ୍ ସହିତ ପାରସ୍ପାରିକ ସମ୍ପର୍କ ରେ ମଧ୍ୟ ଦୃଢତା ଆସି ପାରିବ। ଏହି ଅବସରରେ ଭାଷାବିଜ୍ଞାନ ଗୁରୁ ଠାକୁର ଲଛମନ ମୁର୍ମୁ ସାନ୍ତାଳୀ ସାମ୍ବଦିକ ମାନଙ୍କୁ ସାମ୍ବାଦିକତାର ଗୁରୁମନ୍ତ୍ର ଦେଇଥିଲେ, ଏବଂ ସାନ୍ତାଳୀ ସାମ୍ବାଦିକତା ଦ୍ବାରା ଭାରତରେ ବୈପ୍ଳବିକ ପରିବର୍ତନ ଆଣି ଗଣତନ୍ତ୍ରର ସୁଦୃଢତା ଅଧିକ ମଜବୁତ କରି ପାରିବେ ବୋଲି ଆଶା ପ୍ରକଟ କରିଥିଲେ।

Related posts

ଦୁର୍ଲଭ କଳା ମହାବଳ

mahabharatanews

କରୋନା-୧୯ ଲଢେଇ ଅଭିଯାନରେ ଏନଟିପିସି, କଣିହାଁ ସାମିଲ

mahabharatanews

ଭୁବନେଶ୍ୱରରେ ଦିନକୁ ଦିନ ବଢ଼ିବାରରେ ଲାଗିଛି ଡେଙ୍ଗୁ ଆତଙ୍କ

mahabharatanews