(ମହାଭାରତ, ସୋନପୁର): ସୂବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକର ଚାଷୀମାନେ ଧାରଣା ଦେଇଛନ୍ତି । ଖରିଫ ଋତୁ ପାଇଁ ଧାନ କିଣା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବା ପୂର୍ବରୁ ମଣ୍ଡିକୁ ବନ୍ଦ କରିଦିଆଯାଇଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଧାନ ମଣ୍ଡି ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟପାଳଙ୍କୁ ନିବେଦନ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ତରଭା ବ୍ଲକର ଆଞ୍ଚଳିକ କୃଷକ ସଂଗଠନ ଏଠାରେ ୫ ଦିନ ଧରି ଧାରଣା ଦେଇଛି । ଆଞ୍ଚଳିକ କୃଷକ ସଂଗଠନ ଓ ଜିଲ୍ଲା କୃଷକ ସଂଗଠନ ମିଳିତ ଭାବେ ଏହି ଧାରଣା ଦେଇଛନ୍ତି । ଚାଷୀମାନେ ଜିଲ୍ଲା ପ୍ରଶାସନକୁ ଏକ ଶବର ଆଖ୍ୟା ଦେଇ ତାର ଏକ କୁଶପୁତ୍ତଳିକା ଦାହ କରିଥିଲା । ଚାଷୀମାନେ ଜିଲ୍ଲା ପ୍ରଶାସନର ଏକ ଶବ ତିଆରି କରି ଏହାକୁୁ ଖଟିଆରେ ରଖି ତରଭା ସହର ପରିକ୍ରମା କରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଶବ ସଂସ୍କାର କରିଥିଲେ । କେତେକ ଚାଷୀ ଧାନ ବସ୍ତାକୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆଗରେ ଆଗରେ ଗଦା କରି ଧାରଣା ଦେଇଥିଲେ । ହାରାହାରି ୪୦ ହଜାର ଧାନ ବସ୍ତା ତରଭା ବ୍ଲକର ବିିଭିନ୍ନ ମଣ୍ଡିରେ ପଡି ରହିଥିବା ଚାଷିମାନେ କହିଛନ୍ତି । ଏହି ଧାନଗୁଡିକର ତୁରନ୍ତ ବିକ୍ରୀ ଓ ଟୋକନ ପାଇ ନଥିବା ଚାଷୀଙ୍କ ଧାନ ବିକ୍ରି ନହେବା ଯାଏ ଏହି ଧାରଣା ଚାଲିବ ବୋଲି ସଂଗଠନର ଚାଷୀମାନେ ଚେତାବନୀ ଦେଇଛନ୍ତି । ଆଗାମୀ ଦିନରେ ଧାନ ବିକ୍ରୀ ପାଇଁ ସରକାର ବ୍ୟବସ୍ଥା ନକଲେ ଜାତୀୟ ରାଜପଥ ଅବରୋଧ କରାଯିବ । ଏହାସହ ଶିକ୍ଷାନୁଷ୍ଠାନଗୁଡିକୁ ଛାଡି ସମସ୍ତ ସରକାରୀ ଅଫିସ ଓ ବ୍ଲକ ପ୍ରଶାସନକୁ ଅଚଳ କରାଯିବ ବୋଲି ତରଭା କଷକ ସଂଗଠନ ତରଫରୁ ଚେତାବନୀ ଦିଆଯାଇଛି ।
previous post