ଓଡିଶା

ସ୍କ୍ରବ ଟାଇଫସ ଆତଙ୍କ; ଆଜି ୧୦ ଚିହ୍ନଟ

(ସୁନ୍ଦରଗଡ଼) : ରାଜ୍ୟରେ ଡେଙ୍ଗୁ ପରେ ସ୍କ୍ରବ ଟାଇଫସ  ଆତଙ୍କ ମଚାଇଛି । ବିଶେଷକରି ସୁନ୍ଦରଗଡ଼ରେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢିଚାଲିଛି। ରବିବାରରେ , ସୋମବାର ୩ ଚିହ୍ନଟ ହୋଇଥିଲେ। ଆଜି ପୁଣି ୧୦ ଚିହ୍ନଟ ହୋଇଛି। ଏହା ସହ ସଂଖ୍ୟା ୧୯୩ରେ ପହଞ୍ଚିଛି।

ସୂଚନାନୁଯାୟୀ, ୧୪ ତାରିଖରେ ଜିଲ୍ଲାରେ ରାଜ୍ୟର ସର୍ବାଧିକ ୩୦ ଚିହ୍ନଟ ହୋଇଥିଲା।। ଗତ ଜାନୁଆରିରେ ମାତ୍ର ୪ଜଣ ଚିହ୍ନଟ ହୋଇଥିଲେ। ତାପର ଠାରୁ ଏହା ବୃଦ୍ଧି ପାଇ ୧୮୩ରେ ପହଞ୍ଚିଛି। ସ୍କ୍ରବ୍ ଟାଇଫସରେ ଜଣକର ମୃତ୍ଯୁ ହୋଇଥିବାବେଳେ ଠିକ୍‌ ସମୟରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିବାରୁ ଅନ୍ୟ ଆକ୍ରାନ୍ତମାନେ ସୁସ୍ଥ ଥିବା ସିଡିଏମଓ ଡ. କାହ୍ନୁଚରଣ ନାୟକ କହିଛନ୍ତି। ଅନ୍ୟପଟେ ଆଶା, ଅଙ୍ଗନବାଡ଼ିକର୍ମୀଙ୍କ ଜରିଆରେ ଲୋକଙ୍କୁ ସଚେତନ କରାଯିବା ସହ ରୋଗ ଚିହ୍ନଟ ପାଇଁ ବ୍ୟାପକ ପରୀକ୍ଷା କରାଯାଉଥିବା, କୌଣସି ବ୍ୟକ୍ତିଙ୍କଠାରେ ଏହି ରୋଗର ଲକ୍ଷଣ ଦେଖାଗଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଉଛି ।

Related posts

କଣିହାଁ ବ୍ଲକର ସମସ୍ତ ଏନଆରଆଇଜିଏସ କାମରେ ଶ୍ରମିକ ବଦଳରେ ମେସିନ କରୁଛି କାମ

mahabharatanews

ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ୧୬୭ତମ ସହିଦ ଦିବସ ପାଳନ କରାଯାଇଛି

mahabharatanews

ମୁକ୍ତ ଆକାଶ ରଙ୍ଗମଂଚରେ ମୋହିନ ଆଟ୍ଟମ ଓ ଓଡିଶୀ ନୃତ୍ୟ

mahabharatanews