ଓଡିଶା

ପୋଲ ଉପରୁ ଖସି ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ

(ମହାଭାରତ, ଫୁଲବାଣୀ): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଠାରେ ଏକ ପୋଲ ଉପରୁ ଗୋଟିଏ ପୋଲିସ ଗାଡି ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ସକାଳେ ଏକ ଗାଡିରେ ଗଞ୍ଜେଇ ଯାଉଥିବା ସନ୍ଦେହ କରି ରାଇକିଆ ଥାନା ପୋଲିସ ପିଛା କରିଥିଲା । ତେବେ ମଣ୍ଡାକିଆ ଗାଁ ନିକଟ ଏକ ପୋଲ ଅତିକ୍ରମ କରୁଥିବା ବେଳେ ପୋଲିସ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗାଡିଟି ଦ୍ରୁତ ଗତିରେ ଯାଉଥିବା ବେଳେ ପ୍ରଥମେ ଭାରସାମ୍ୟ ହରାଇ ପୋଲ ବାଡରେ ପିଟି ହୋଇଥିଲା । ପରେ ପୋଲ ଉପରୁ ପ୍ରାୟ ୨୦ ଫୁଟ ତଳକୁ ଖସି ପଡିଥିଲା । ଏହି ଦୁର୍ଘଟଣାରେ ରାଇକିଆ ଥାନା ଆଇଆଇସି ଅଲେଖ ଗରଡିଆ ଏବଂ ଡ୍ରାଇଭର ମିଥୁନ ପ୍ରଧାନ ଗୁରତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ରାଇକିଆ ମେଡିକାଲରେ ଭର୍ତ୍ତି କରାଯାଇଛି ।

Related posts

ପୁରୀ ବନ୍ୟା ସ୍ଥିତି ନେଇ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବୈଠକ

mahabharatanews

ରାଜ୍ୟରେ ନୂଆ ୬୭ କରୋନା ପଜିଟିଭ୍ ଚିହ୍ନଟ

mahabharatanews

ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

mahabharatanews