Uncategorized

ପସାନ ହ୍ରଦ ପାଖରୁ ଦୁଇ ପରିତ୍ୟକ୍ତ ନବଜାତ ଶିଶୁ ଉଦ୍ଧାର

ପୁଣେ: ମହାର।।ଷ୍ଟ୍ରର ପୁଣେରେ ଥିôବା ପସାନ ହ୍ରଦ ନିକଟରୁ ଆଜି ଦୁଇ ନବଜାତକଙ୍କୁ ଉଦ୍ଧାର କରାଯାଇଛି । ଏମାନଙ୍କ ଜନ୍ମ ଗୋଟିଏ ଦିନ ପୂର୍ବରୁ ହୋଇଥବବା ଅନୁମାନ କରାଯାଉଛି । ଏମାନଙ୍କୁ ଉଦ୍ଧାର କରି ପୁଲିସ ହସ୍ପିଟାଲରେ ଭର୍ତ୍ତି କରିଛି ।

ସୂଚନା ଅନୁଯାୟୀ, ଆଜି ସକାଳୁ ଲୋକେ ପସାନ ହ୍ରଦ ନିକଟରେ ଦୁଇଜଣ ଶିଶୁଙ୍କୁ ପରିତ୍ୟକ୍ତ ଅବସ୍ଥାରେ ପଡି କାନ୍ଦୁଥିବା ପାଇଥିଲେ । ଏହାପରେ ସୂଚନା ପାଇ ସେଠାରେ ପୁଲିସ ପହଁଚିଥିଲା । ଶିଶୁଙ୍କ ମଧ୍ୟରେ ଜଣେ ପୁଅ ହୋଇଥିବା ବେଳେ ଜଣେ ଝିଅ ରହିଛି । ଏମାନଙ୍କ ବୟସ ଗୋଟିଏ ଦିନର ହୋଇଥିବା ପୁଲିସ ଅନୁମାନ କରୁଛି । ପୁଲିସ ଉଭୟ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି । ଏସମ୍ପର୍କରେ ଅଧିକ କିଛି ସୂଚନା ମିଳିପାରି ନାହିଁ ।

Related posts

ଏଣିକି ମହିଳାଙ୍କୁ ଅସଦାଚରଣ କଲେ ପଡ଼ିବ ମହଙ୍ଗା, କାନଫୁଲ କରିବ ସାବାଡ଼

mahabharatanews

ସୀମାରେ ପାକରେ ଗୁଳିବର୍ଷା, ୨ ଭାରତୀୟ ଯବାନ ଶହୀଦ

mahabharatanews

୭ ଆସନରୁ ଆପ ନିଜ ବାଗିଙ୍କ ସହ ମୁହାଁମୁହିଁ

mahabharatanews