Uncategorized

ବକେୟା ଦରମା ଦାବିରେ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଆଇପିସିଏର ଚିଠି

(ନୂଆଦିଲ୍ଲୀ): ଏୟାର ଇଣ୍ଡିଆର ପାଇଲଟ ଓ କମାଣ୍ଡରମାନଙ୍କର ବାକି ଥିବା ଦରମା ଦାବି କରି ଇଣ୍ଡିଆନ ପାଇଲଟସ୍ ଆସୋସିଏସନ (ଆଇସିପିଏ) ପକ୍ଷରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରିଙ୍କୁ ଚିଠି ଲେଖାଯାଇଛି । ଗତ ୨ ବର୍ଷ ଧରି ବାକି ଥିବା ଦରମା ଓ ଅନ୍ୟାନ୍ୟ ଭତ୍ତା ଦେବା ପାଇଁ ଆଇସିପିଏ ଚିଠି ଲେଖି ମନ୍ତ୍ରୀଙ୍କୁ ଜଣାଇଛି । ପୂର୍ବରୁ ଏୟାର ଇଣ୍ଡିଆର ପାଇଲଟମାନଙ୍କୁ ଭଲ ଦରମା ଦିଆଯାଉଛି ବୋଲି ମନ୍ତ୍ରୀ କହିଥିବା ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜାଣିବାକୁ ମିଳିଛି । ଏହାର ଉତ୍ତର ରଖିବାକୁ ଯାଇ ପାଇଲଟ ଆସୋସିଏସନ କହିଛି ଯେ, ସେମାନଙ୍କୁ କେବଳ ସେମାନଙ୍କ ଦରମାର ଅଧା ଭାଗ ଅର୍ଥ ପ୍ରଦାନ କରାଯାଉଛି । ଏହା ସହିତ ଏୟାର ଇଣ୍ଡିଆର ୬୫ ଜଣ ପାଇଲଟ ଏଯାଏ ଚାକିରୀରୁ ଇସ୍ତଫା ଦେଇ ସାରିଛନ୍ତି । ମାତ୍ର ମନ୍ତ୍ରୀ ଏହାକୁ ଅସ୍ୱୀକାର କରି କେହି ହେଲେ ଇସ୍ତଫା ଦେଇ ନାହାନ୍ତି ବୋଲି କହିଥିବା ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି ।

Related posts

କୋର୍ଟରୁମରେ ବେହୋସ ହେଲେ ଜଷ୍ଟିସ ଭାନୁମତି

mahabharatanews

୩ ଆତଙ୍କୀ ପୁଣି ଢେର

mahabharatanews

କରୋନା ମୁକାବିଲାରେ  ଧାରାବୀ ବସ୍ତୀ ପାଲଟିଛି ଉଦାହରଣ ପାଲଟିଛି

mahabharatanews

Leave a Comment