(ମହାଭାରତ, କଣିହାଁ): କଣିହାଁ ଜିଲ୍ଲା ଛେଣ୍ଡିପଦା ବ୍ଲକ ବଡକେରଜାଙ୍ଗ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବ ଯୋଗ ଦେଇଥିଲେ । ବିଦ୍ୟାଳୟର ଉନ୍ନତି ପାଇଁ ସହଯୋଗ ରାଶି ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେବା ସହ ସ୍କୁଲ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଉନ୍ନତି ଉପରେ ସେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଓଡ଼ିଶା ଶିକ୍ଷା ବିକାଶ ସମିତିର ଯୁଗ୍ମ ସମ୍ପାଦକ ହେମନ୍ତ ପାଣିଗ୍ରାହି ଯୋଗ ଦେଇ ଶିଶୁ ବିଦ୍ୟାମନ୍ଦିରର ଆଦର୍ଶ, ସଂସ୍କାର, ଶୈ÷କ୍ଷିକ ବ୍ୟବସ୍ଥା ଇତ୍ୟାଦି ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଅନୁଗୁଳ ଆଇନଜୀବୀ ସଂଘର ସଭାପତି ଜିତେନ୍ଦ୍ର କୁମାର ସାହୁ, ରାଇଝରଣ ଉଚ୍ଚ ବିଦ୍ୟାାଳୟର ସଂସ୍କୃତ ଶିକ୍ଷକ ନରେନ୍ଦ୍ର କୁମାର ପ୍ରଧାନ ଓ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା ଯୋଗ ଦେଇଥିଲେ । ଏହି ଅବସରରେ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ । ଶେଷରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଗୁୁରୁଜୀ, ଗୁରୁମା ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
previous post