ଓଡିଶା

ଆହୁରି ୪ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

ଆହୁରି ୪ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ଆଜି ୭ ଜିଲ୍ଲା ଓ କାଲି ୧୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ସହ କୁଆପଥର ବର୍ଷା ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରୁ ମେଘୁଆ ପାଗ ସହ ବର୍ଷା ସମ୍ଭାବନା ଥିବା ବେଳେ ଆଗାମୀ ୪ ଦିନ ଯାଏ ପ୍ରବଳ ବର୍ଷା ଓ ପବନ ପାଇଁ ଚେତାବନୀ ଦେଇଛି ପାଣିପାଗ ବିଭାଗ।

ଆସନ୍ତା ୨୪ ଘଣ୍ଟାରେ ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ବେଳେ ୭ ଜିଲ୍ଲା କେନ୍ଦୁଝର, ମୟୁରଭଞ୍ଜ , ବାଲେଶ୍ୱର, ରାୟଗଡା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ବଜ୍ରପାତ ସହ ବର୍ଷା ସମ୍ଭାବନାକୁ ନେଇ ଅରେଞ୍ଜ ଓ୍ଵାର୍ଣ୍ଣିଙ୍ଗ ଜାରି ଜାରି କରିଛି ପାଣିପାଗ ବିଭାଗ । ସେହିପରି ଗଜପତି, ଗଂଜାମ, କନ୍ଧମାଳ, କଳାହାଣ୍ଡି, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ, ,ଖୋର୍ଦ୍ଧା ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ଓ ଭଦ୍ରକ ଏହି ୧୬ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ସମ୍ଭାବନା ଓ ୪୦ ରୁ ୫୦ କିମି ବର୍ଷାକୁ ନେଇ ନେଇ ୟେଲୋ ଓ୍ଵାର୍ଣ୍ଣିଙ୍ଗ ଜାରି କରାଯାଇଛି।

ସେହିପରି ଆସନ୍ତାକାଲି ସବୁ ଜିଲ୍ଲାକୁ ଵର୍ଷା ପାଇଁ ଚେତାବନୀ କରାଯାଇଥିବା ବେଳେ କୋରାପୁଟ, ରାୟଗଡ଼ା,  କଳାହାଣ୍ଡି,  ନବରଙ୍ଗପୁର,  କଟକ,  ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଆଦି ୧୩ ଜିଲ୍ଲାରେ ବଜ୍ରପାତ ସହ ୫୦ ରୁ ୬୦ କିମି ଝଡ଼ ପବନ ହେବାର ସମ୍ଭାବନା ରହିଛି। ତେଣୁ ଏସବୁ ଜିଲ୍ଲା ପାଇଁ ଅରେଞ୍ଜ  ଓ୍ଵାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।

ସେପଟେ କାଳବୈଶାଖୀ ଜନିତ ବର୍ଷାକୁ ନେଇ ଆଗାମୀ ୪ ଦିନରେ ୩ ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ । ଏପଟେ ବର୍ଷା ସମୟରେ ସମୁଦ୍ର ଉପକୂଳବର୍ତ୍ତୀ ଅଂଚଳରେ ୪୦ ରୁ ୫୦ ସର୍ବାଧିକ ୬୦ କିମି ପବନ ବହିବାର ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ୩ ରୁ ୫ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରିଛି ବିଭାଗ ।

Related posts

ସତ୍ୟନଗର ସିଲ କଲା ବିଏମସି

mahabharatanews

୧୧ ତାରିଖଠାରୁ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

mahabharatanews

ଦକ୍ଷିଣଶ୍ୱର ୬ ନମ୍ବର ଯୋନ ଜଙ୍ଗଲରେ ପୁଣି ଲାଗିଲା ନିଆଁ

mahabharatanews