ଅପରାଧ

ବନ୍ଦ ଘରୁ ୩ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

(ମହାଭାରତ, ଛତ୍ରପୁର): ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆ ଛତ୍ରପୁର ଗାଁ ମଝି ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘର ଭିତରୁ ପରିବାରର ତିନି ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ବନ୍ଦ ଘରୁ ବାପା, ମାଆ ଓ ଝିଅର ମୃତଦେହ ଉଦ୍ଧାର କରାଯାଇଛି । ମୃତକମାନେ ବୃନ୍ଦାବନ ନାଏକ ତାଙ୍କ ସ୍ତ୍ରୀ ଉର୍ମିଳା ନାଏକ ଓ ଝିଅ ସୁନୀତା ନାଏକ ବୋଲି ଜଣାପଡିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସୂଚନା ଅନୁଯାୟୀ, ବୁଧବାର ସକାଳେ ଗାଁକୁ ପାଣି ଆସୁ ନଥିବାରୁ ଲୋକେ ଏନେଇ ତନାଘନା କରୁଥିଲେ । ତେବେ ଏହି ସମୟରେ କେତେକ ଲୋକ ବୃନ୍ଦାବନଙ୍କ ଘରର ଝରକା ବାଟେ ଝିଅ ସୁନୀତାର ଶବ ଦେଖିଥିଲେ । ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ବନ୍ଦ ଘରୁ ଉର୍ମିଳା ଓ ସୁନୀତାଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ବୃନ୍ଦାବନଙ୍କ ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ବୃନ୍ଦାବନ ପ୍ରଥମେ ନିଜ ସ୍ତ୍ରୀ ଓ ଝିଅଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ବୃନ୍ଦାବନ ବ୍ୟବସାୟୀ ଥିଲେ । ତାଙ୍କର ଆଉ ଜଣେ ଝିଅ ବିବାହିତା ବୋଲି ଜଣାପଡିଛି । ଘଟଣା ସମ୍ପର୍କରେ ଖବର ପାଇ ଗଞ୍ଜାମ ଏସପି ବ୍ରିିଜେଶ କୁମାର ରଏ, ଛତ୍ରପୁର ଥାନାଧିକାରୀ, ଏସଡିପିଓ ଏବଂ ତଦନ୍ତକାରୀ ଦଳ ଓ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ କଳହକୁ ନେଇ ଏଭଳି ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

Related posts

ଯୁବକଙ୍କ ଅର୍ଦ୍ଧଦଗ୍ଧ ଶରୀର ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews

ବେନିୟମ ଭାବେ ବାଲି ଚାଲାଣ

mahabharatanews

ବ୍ୟାଙ୍କ ଏଜେଣ୍ଟଙ୍କୁ ହାଣି ବାଇକ୍ ଧରି ଦୁର୍ବୃତ୍ତ ଫେରାର

mahabharatanews