ଅପରାଧ

କଫି ସପରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ

ସୁରଟ: ସୁରଟର ଏକ କଫି ସପରେ ଜଣେ ଓଡ଼ିଆ ମେଧାବୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଛାତ୍ରୀଙ୍କ ଘର ହେଲେ ଗଞ୍ଜାମ ଜିଲ୍ଲା ପୋଲସରା କଲମ୍ବ ଗାଁରେ । ସନ୍ତୋଷ ସାହୁ ପରିବାର ସହ ସୁରଟରେ ରହୁଛନ୍ତି । ଝିଅର ସନ୍ଦେହଜନକ ମୃତ୍ୟୁ ପରେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଅଣାଯାଇଛି।
ସନ୍ତୋଷଙ୍କ ଝିଅ ମଧୁସ୍ମିତା କଲେଜ ଯାଇଥିଲେ । କଲେଜରୁ ଜଣେ ବନ୍ଧୁଙ୍କ ସହ ଏକ କଫି ସପକୁ ଯାଇଥିବା ବେଳେ ସେଠାରେ ଦୁହେଁ ଅଚେତ ହୋଇପଡିଥିଲେ । ସେମାନଙ୍କୁ ସୁରଟ ନ୍ୟୁ ସିଭିଲ ହସ୍ପିଟାଲ ନିଆଯାଇଥିଲା । ହେଲେ ଡାକ୍ତର ମଧୁସ୍ମିତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ମଧୁସ୍ମିତାଙ୍କ ସାଙ୍ଗ ହସ୍ପିଟାଲରୁ ଫେରାର ହୋଇଯାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ପଚରାଉଚରା ଆରମ୍ଭ କରିଛି । ଏପରି ସନ୍ଦେହଜନକ ମୃତ୍ୟୁକୁ ନେଇ ମଧୁସ୍ମିତାଙ୍କ ପରିବାର ପକ୍ଷରୁ ପୁଲିସରେ ଅଭିଯୋଗ ହୋଇଛି । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି ।

 

Related posts

ନଦୀପଠାରେ ଛାତ୍ରୀଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେ

mahabharatanews

ମହିଳା ବ୍ୟବସାୟୀଙ୍କ ଠାରୁ ଟଙ୍କା ବ୍ୟାଗ ଲୁଟ

mahabharatanews

ପଡିଶା ଘରକୁ ପିଠା ଖାଇବାକୁ ଯାଇ ଫେରିଲାନି କୁନି ଝିଅ

mahabharatanews