ଓଡିଶା

ମହାବିଦ୍ୟାଳୟ ବାର୍ଷିକ ଉତ୍ସବରେ ମନ୍ତ୍ରୀ ପଦ୍ମିନୀ ଦିଆନ

(ମହାଭାରତ,ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଓଡ଼ିଶାର ହସ୍ତତନ୍ତ ଓ ବୟାନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ସେ ତାଙ୍କ ଅଭିଭାଷଣରେ ଶିକ୍ଷା ହିଁ ଆଲୋକ, ଶିକ୍ଷା ଆମ ଜୀବନର ମୁଖ୍ୟ ଅଙ୍ଗ । ଶିକ୍ଷା ବିନା ମନୁଷ୍ୟ ଜୀବନ ତୀକ୍ଷ୍ଣ ଜ୍ଞାନ ପାଇବା କଷ୍ଟ କର ବୋଲି କହି ଉତ୍ତମ ଶିକ୍ଷା ଲାଭ କରି ଭଲ ମଣିଷ ହେବାକୁ ଉପଦେଶ ଦେଇଥିଲେ । ନବରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ସାଂସଦ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲା । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା ବେଳେ ପାଠ ଓ ଖେଳକୁଦରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରିଥିଲା । ଏଥିରେ ଶମ୍ଭୁ ପ୍ରସାଦ ହୋତା ମଞ୍ଚାପରି•ଳନା କରିଥିବା ବେଳେ ଦିଲୀପ କୁମାର ହୋତା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ଉତ୍ସବରେ ଛାତ୍ରଛାତ୍ରୀ ମାନେ ବହୁ ଖୁସି ଅନୁଭବ କରି ମଜାମଜଲିସ କରୁଥିବା ଦେଖିବାକୁ ମିଳିଛି ।

Related posts

 ପ୍ରବୀରଙ୍କ କନ୍ୟାକୁ ମାଗଣାରେ ମିଳିବ ଶିକ୍ଷା

mahabharatanews

ସୌମଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଓ ଏସଆଇଟି ତଦନ୍ତ ଦାବି

mahabharatanews

MKCG ମେଡିକାଲରେ ଅନ୍ଧାରୁଆ ଚିକିତ୍ସା

mahabharatanews

Leave a Comment