ଓଡିଶା

ମହିଳାଙ୍କୁ ଅସଦାଚରଣ କରି ଉଠବସ୍ ହେଲେ କଣ୍ଡକ୍ଟର

(ମହାଭାରତ, ଅନୁଗୁଳ): ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବସଷ୍ଟାଣ୍ଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କୁ ବସ ଭିତରେ ଅସଦାଚରଣ କରି କଣ୍ଡକ୍ଟରଙ୍କୁ ସର୍ବସମ୍ମୁଖରେ ଉଠବସ ହେବାକୁ ପଡିଛି । ଏହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁଯାୟୀ, ଗତ ରବିବାର ରାତିରେ ମହିଳା ଜଣକ ତାଙ୍କ ପରିବାର ଲୋକଙ୍କ ସହ ଏକ ଘରୋଇ ବସରେ ଅନୁଗୁଳରୁ ଆଠମଲ୍ଲିକ ଯାଉଥିଲେ । ଏହି ସମୟରେ କଣ୍ଡକ୍ଟର ଜଣକ ଚଳନ୍ତା ବସରେ ତାଙ୍କୁ ଅସଦାଚରଣ କରିଥିଲେ । ବସଟି ଆଠମଲ୍ଲିକ ବସଷ୍ଟାଣ୍ଡରେ ପହଞ୍ଚିବା ପରେ ଉକ୍ତ ମହିଳା ଜଣକ ବସ କଣ୍ଡକ୍ଟରଙ୍କୁ ତାଙ୍କ ଆଚରଣ ପାଇଁ କ୍ଷମା ମାଗିବାକୁ କହିଥିଲେ । ଏହା ସହ ତାଙ୍କୁ ଉଠବସ ମଧ୍ୟ କରାଇଥିଲେ । ତେବେ ଏହି ଘଟଣା ନେଇ ମହିଳା ଜଣକ ଥାନାେରେ ଅଭିଯୋଗ କରି ନଥିବା ଜଣାପଡିଛି ।

Related posts

ରାଜ୍ୟରେ ୩ଟା ସୁଦ୍ଧା ୪୯.୭୭ ପ୍ରତିଶତ ମତଦାନ

mahabharatanews

୨ ଦିନର ସଂଘର୍ଷ ପରେ ଆଖି ବୁଜିଲେ ଉନ୍ନାଓ ପିଡିତା

mahabharatanews

ବସ୍ତା ବ୍ଲକରେ ସୁରଭି କାର୍ଯ୍ୟକ୍ରମର ସ୍ୱତନ୍ତ୍ର ଅଭିଯାନ

mahabharatanews