ଓଡିଶା

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ସଫେଇ

ସତ୍ୟବାଦୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ଶ୍ରୀ ସିଦ୍ଧ ବଳରାମ ଦେବ ମିଳତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବ୍ଳକ ପରିସର ଓ ଅଠେଇଶ ଗ୍ରାମ୍ୟ ରାସ୍ତା ଓ ବଳରାମ ପୀଠ ସଫେଇ କରିଥିଲେ । ଉକ୍ତ ଗୋଷ୍ଠୀର ସଭାନେତ୍ରୀ ଭାବେ ସତ୍ୟଭାମା ବେହେରା, ସମ୍ପାଦିକା ସୁକାନ୍ତି ପ୍ରଧାନ ଓ ସୁକାନ୍ତି ବାରିକଙ୍କ ନେତୃତ୍ୱରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୨୦୧୯ ବର୍ଷକୁ ବିଦାୟ ଦେଇ ନୂତନ ୨୦୨୦ ବର୍ଷରେ ନୂତନ କାର୍ଯ୍ୟ କରିବା ପାଇଁ ମହିଳା ଗୋଷ୍ଠୀମାନଙ୍କୁ ଏକାଠି କରାଯାଇଥିଲ।। । ଏହି କାର୍ଯ୍ୟକ୍ରମର ଅ ।ୟୋଜକ ଥିଲେ ଗ୍ରାମ୍ୟ କୃଷି ବିକାଶ ପରିଷଦ କୋଷାଧ୍ୟକ୍ଷା ସଞ୍ଜୁକ୍ତା ପାହାନ୍ତାସିଂ । ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଅ ।ରୀ, ଧୁବ ଚରଣ ଦାଶ ଓ ଦୁଗଲ ପଞ୍ଚାୟତର ପ୍ରକାଶ ଖଟେଇ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମକୁ ଅ ।ନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମର ୧୪ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ସଫେଇ କରିବା ସହ ସ୍ୱଚ୍ଛ ଭାରତ ସବୁଜ ଭାରତ, ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ଆଦି ସ୍କେଗାନ ଦେଇ ସଫେଇ କରିଥିଲେ । ଏହି ଅବସରରେ ଅଠେଇଶ ଗ୍ରାମରେ ଥିବା ବଳରାମପୀଠରେ ଏକ ସଭାର ଅ ।ୟୋଜନ କରାଯାଇଥିଲା । ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଅ ।ରୀ, ଧ୍ରୁବ ଚରଣ ଦାଶ, ସ୍ଥାନୀୟ ସରପଞ୍ଚ ପ୍ରକାଶ ଖଟେଇ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ମହିଳା ମାନଙ୍କ ପାଇଁ ଥିବା ସୁବିଧା ସମ୍ପର୍କରେ ମତ ରଖିଥଲେ । ବିଜେଡି ସରକାରଙ୍କ ସମୟରେ ମହିଳାମାନଙ୍କୁ ଆଗକୁ ଅ ।ଣିଥିବା ସରକାର ହେଉଛି ବିଜେଡି ସରକାର ବୋଲି ଜିଲ୍ଲା ପରିଷଦସଭ୍ୟମାନେ କହିଥିଲେ । ଏଥିରେ ଗ୍ରାମ୍ୟ କୃଷି ବିକାଶ ପରିଷଦର ସାଧାରଣ ସମ୍ପାଦକ ପ୍ରତାପ କୁମାର ପାହାନ୍ତାସିଂ ସଭା ପରି·ଳନା କରିଥିଲେ ।

Related posts

୨୧ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡି 

mahabharatanews

ଆସନ୍ତା ୨୦ ଓ ୨୧ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା !

mahabharatanews

ସେଲଫି ନେବାକୁ ଯାଇ ଯୁବକ ଗୁରୁତର

mahabharatanews