ଓଡିଶା

ସେଲଫି ନେବାକୁ ଯାଇ ଯୁବକ ଗୁରୁତର

(ମହାଭାରତ, ସୋନପୁର): ସୋନପୁର ସହରସ୍ଥିତ ପଟାଭାଡିରେ ଏକ ଅଘଟଣ ଘଟିଛି । ସେଲଫି ନେବାକୁ ଯାଇ ଜଣେ ଯୁବକ ଏଠାରେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିଲେ ମଧ୍ୟ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ଗତ ଗୁରୁବାର ଜଣେ ଯୁବକ ତାଙ୍କର ୨ଜଣ ସାଙ୍ଗଙ୍କ ସହ ମହାନଦୀ ବ୍ରିଜ ଆଡେ ବୁଲି ଯାଇଥିଲେ । ସେଠାରେ ଯୁବକ ଜଣକ ବ୍ରିଜର ବାଡ ଉପରକୁ ଚଢି ସେଲଫି ନେଉଥିଲେ । ଏହି ସମୟରେ ନିୟନ୍ତ୍ରଣ ହରାଇ ୪୦ ଫୁଟ ଉଚ୍ଚତାରୁ ଖସି ନଦୀରେ ପଡିଯାଇଥିଲେ । ଖବର ପାଇ ସୋନପୁର ଅଗ୍ନିଶମ କର୍ମଚାରୀ ତାଙ୍କୁ ଉଦ୍ଧାର କରି ସୋନପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇଥିଲେ ହେଁ ଗୁରୁତର ଅବସ୍ଥାରେ ଏବେ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ୪୦ ଫୁଟ ଉଚ୍ଚତାରୁ ତଳକୁ ଖସି କଚାଡି ହୋଇ ପଡିଥିବାରୁ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି ।

Related posts

କଳ୍ପନା ଛକରେ ଥିବା ଫଳ ଦୋକାନରେ ଅଗ୍ନିକାଣ୍ଡ

mahabharatanews

ମାଲକାନଗିରିରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ

mahabharatanews

ଡ୍ୟାମରେ ଗାଧୋଇବା ବେଳେ ଭାସିଗଲେ ଯୁବକ

mahabharatanews