ଓଡିଶା

ମୋହନ ଭାଗବତଙ୍କ ମନ୍ତବ୍ୟକୁ କେନ୍ଦ୍ରମନ୍ତ୍ରୀଙ୍କ ନାପସନ୍ଦ

(ମହାଭାରତ / ନୂଆଦିଲ୍ଳୀ ): ସମସ୍ତ ଭାରତୀୟ ହିନ୍ଦୁ । ବିଜେପିର ଆଦର୍ଶଗତ ଗୁରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତଙ୍କ ଏହି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ମହାରାଷ୍ଟ୍ରରେ ବିଜେପିର ସହଯୋଗୀ ଦଳ ରିପବ୍ଲିକାନ ଦଳର (ଆରପିଆଇ ) ସଭାପତି ରାମଦାସ ଅଠାୱଲେ ।

ସମସ୍ତ ଭାରତୀୟ ହିନ୍ଦୁ ବୋଲି କହିବା ଠିକ ନୁହେଁ । ଯଦି ମୋହନ ଭାଗବତ ତାଙ୍କ ଆଧାରରେ କହୁଛନ୍ତି ସମସ୍ତ ଭାରତୀୟ ହିନ୍ଦୁ ତା’ ହେଲେ ତାଙ୍କ ଆଧାରାରେ ଠିକ ହୋଇପାରେ । ହେଲେ ସମୟ ଥିଲା ଦେଶର ସମସ୍ତ ନାଗରିକ ବୌ÷ଦ୍ଧ ଧର୍ମାବଲମ୍ବୀ ଥିଲେ ବୋଲି କେନ୍ଦ୍ର ସମାଜିକ ନ୍ୟାୟ ମନ୍ତ୍ରୀ ରାମଦାସ କହିଛନ୍ତି ।
ସୁଚନାଯୋଗ୍ୟ ବୁଧବାର ଦିନ ହାଇଦ୍ରାବାଦର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆରଏସଏସର ମୁଖ୍ୟ ମୋହନ ଭାଗବତ । ଭାରତ ମାତାର କୋଳରେ ଜନ୍ମ ନେଉଥିବା ପ୍ରତ୍ୟେକ ସନ୍ତାନ ହିନ୍ଦୁ । ସେ କୌଣସି ଧର୍ମ କିମ୍ବା ଭାଷାର କଥା ହୋଇପାରେ ବୋଲି କହିଥିଲେ ।

ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମର ମୁଖ୍ୟ ଆସବୁଦ୍ଦିନ ଓବେସୀ ମଧ୍ୟ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ , ଭାରତରେ ଗୋଟିଏ ଧର୍ମ ରହୁ ବୋଲି ଆରଏସଏସ ଚାହୁଁଛି ।

Related posts

୨ଦିନ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା 

mahabharatanews

୩ ଦିନ ଧରି ବିଧାୟକଙ୍କ କରୋନା ଟେଷ୍ଟ

mahabharatanews

ତୁଳସୀ ସଂସ୍କୃତ ମହାବିଦ୍ୟାଳୟରେ ବିଶ୍ବକପ୍ ହକି ନିମନ୍ତେ ସଚେତନତା ରାଲି

mahabharatanews