ଓଡିଶାପାଣିପାଗ

କୁଆପଥର ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା। କାଳବୈଶାଖୀ ପ୍ରଭାବରେ ଆସନ୍ତା ଦୁଇ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ହ୍ରାସ ପାଇବ ତାପମାତ୍ରା । କାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ତେବେ ସକାଳେ ଟାଇ ଟାଇ ଖରାକୁ ସନ୍ଧ୍ୟାରେ ବର୍ଷା ହେଉଥିବା ବେଳେ ଆସନ୍ତା ୨୪ ଘଂଟାରେ ସାରା ଓଡ଼ିଶାରେ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ।

କାଳବୈଶାଖୀ ଫଳରେ ପ୍ରଚଣ୍ଡ ତାତିରୁ ଆଶ୍ବସ୍ତି ପାଇଛନ୍ତି ଲୋକେ । ଆଜି ପୁଣି କାଳବୈଶାଖୀ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ବିଜୁଳି ଘଡ଼ଘଡ଼ି ସହ ପ୍ରବଳ କୁଆପଥର ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ମୟୂରଭଞ୍ଜ, ବାଲେଶ୍ବର, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନାଗିର ଏବଂ ନବରଙ୍ଗପୁର ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏହା ସହ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି ।

Related posts

ପ୍ରସୂତିଙ୍କ ମୃତଦେହ ରଖି ନର୍ସିଂହୋମରେ ଉତ୍ତେଜନା

mahabharatanews

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର 

mahabharatanews

ବାତ୍ୟା ପରବର୍ତ୍ତୀ ମୁକାବିଲା ନେଇ ୱାରରୁମ୍ ପ୍ରସ୍ତୁତ: ଶକ୍ତି ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର

mahabharatanews