ଓଡିଶା

ଲୁଟ୍ ଉଦ୍ୟମ କରି ଛେଚା ଖାଇଲେ ଯୁବକ, ଭିଡିଓ ଭାଇରାଲ

(ମହାଭାରତ, ସତ୍ୟବାଦୀ): ମହିଳାଙ୍କୁ ଲୁଟିବାକୁ ଯାଇ ଜଣେ ଯୁବକ ବିଫଳ ହେବା ପରେ ନିର୍ଧୁମ ଛେଚା ଖାଇଛନ୍ତି । ବେଳେ ଏହି ଘଟଣାଟି ପୁରୀ-କୋଣାର୍କ ରାସ୍ତାରେ ଘଟିଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଲୁଟ୍ ବେଳେ ବିଫଳ ହୋଇଥିବା ଯୁବକଙ୍କୁ ମହିଳା ଜଣକ ନିର୍ଧୁମ ମାଡ ମାରିଛନ୍ତି । ସୂଚନା ଅନୁଯାୟୀ, ମହିଳା ଜଣକ ସ୍କୁଟିରେ ନିଜର ୨ ଛୁଆଙ୍କୁ ଧରି ଯାଉଥିଲେ । ଏହି ସମୟରେ ଛଇତନା ନିକଟରେ ତାଙ୍କୁ ଏକୁଟିଆ ପାଇ ଜଣେ ଯୁବକ ତାଙ୍କର ପର୍ସ ଛଡାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଏଥିରେ ବିଫଳ ହୋଇଥିଲେ । ତେବେ ଏଥିରେ ମହିଳା ଜଣକ ଭୟ ନ କରି ଗାଡି ରଖି ଯୁବକଙ୍କୁ ନିର୍ଧୁମ ମାଡ ମାରିଥିଲେ । ରାସ୍ତାରେ ଯାଉଥିବା ଲୋକେ ଯୁବକଙ୍କୁ କାବୁ କରିନେଇଥିଲେ । ତେବେ ମହିଳା ଜଣକ ତଥାପି ସାହସ ଜୁଟାଇ ଯୁବକଙ୍କୁ ନିର୍ଧୁମ ମାଡ ମାରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମହିଳାଙ୍କ ସାହସିକତାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।

Related posts

ଦୁଇ ଦଶନ୍ଧିର ଶାସନ ପରେ ମୂଳ ପ୍ରସଙ୍ଗର ପୁନରାବୃତ୍ତି

mahabharatanews

ଓଟିଡିସି ପକ୍ଷରୁ ରେଷ୍ଟୁରାଣ୍ଟ  ‘ନିମନ୍ତ୍ରଣ’ ପୁରୀରେ ଲୋକାର୍ପିତ

mahabharatanews

ରାମଚନ୍ଦ୍ର କାଡାମ କଂଗ୍ରେସ ବିଧାୟକ ଦଳ ନେତା

mahabharatanews

Leave a Comment